ପିଲାଙ୍କ ମୁହଁରେ ହସ ଫୁଟାଉଛନ୍ତି ମୁଖ୍ୟମନ୍ତ୍ରୀ

ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ଶିକ୍ଷକଙ୍କ ଦାୟିତ୍ୱ

ପିଲାମାନଙ୍କ ପାଠପଢା ଏବଂ ସ୍କୁଲ ଯିବାକୁ ନେଇ କଡ଼ା ନିର୍ଦ୍ଦେଶ ନେଇଛନ୍ତି ରାଜ୍ୟ ସହକାର । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚ ଶିକ୍ଷା ପାଇଁ ବଡ ଚ୍ୟାଲେଞ୍ଚ ପାଲଟିଛି ଚାକିରି କିମ୍ବା ଆତ୍ମନିର୍ଭରଶୀଳ କରିବା । ଏଥିରେ ଶିକ୍ଷକ ଓ ପ୍ରାଧ୍ୟପକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।ରାଜ୍ୟରେ ନିଯୁକ୍ତି ପାଇଲେ ୨୬୨ ସହକାରୀ ପ୍ରଫେସର, ୮୮ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ।55ଗୁଣାତ୍ମକ ଶିକ୍ଷାଦାନ ବ୍ୟତୀତ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା, ସକାରାତ୍ମକତା ସହିତ ପ୍ରେରଣା ଦେବା ଏବଂ ସେମାନଙ୍କ ଜୀବନରେ ଏକ ଉଦ୍ଦେଶ୍ୟର ଭାବନା ସୃଷ୍ଟି କରିବା ସମସ୍ତ ଶିକ୍ଷକ ଓ ପ୍ରାଧ୍ୟପକଙ୍କ ଦାୟିତ୍ବ । ଏହି ଦାୟିତ୍ବ ସମସ୍ତେ ଲିଭାଇବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ନୀତି ଆପଣାଇ ରାଜ୍ୟ ପରିବର୍ତ୍ତନରେ ସହଯୋଗ କରିବାକୁ ଅପିଲ କରିଛନ୍ତି । ସେ ଆଗକୁ କହିଛନ୍ତି, ବର୍ତ୍ତମାନ ସମୟରେ ପ୍ରମୁଖ ଆହ୍ୱାନ ହେଉଛି ପିଲାମାନଙ୍କୁ ଚାକିରି ଦେବା ।ଆତ୍ମବିଶ୍ୱୀସୀ ହୋଇ ନିଜର ତଥା ସମାଜ ପାଇଁ କିଛି କରିବାକୁ ଅପିଲ । ପିଲାଙ୍କୁ ଆତ୍ମବିଶ୍ୱାସୀ କରାଇବାରେ ଶିକ୍ଷକଙ୍କ ଭୂମିକା ରହିଛି । ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ଶିକ୍ଷକଙ୍କ ଦାୟିତ୍ୱ । ଗୁଣାତ୍ମକ ଶିକ୍ଷାଦାନ ବ୍ୟତୀତ ସକରାତ୍ମକ ପ୍ରେରଣା ଦେବା ଜରୁରୀ । ସମସ୍ତ ଶିକ୍ଷକ, ପ୍ରଫେସରଙ୍କ ଉପରେ ଏ ବିଶ୍ୱାସ ରହିଛି । ବୃତ୍ତିଗତ ଜୀବନରେ ପ୍ରବେଶ ପାଇଁ ଉଚ୍ଚଶିକ୍ଷା ଏକ ପ୍ରମୁଖ ପ୍ଲାଟଫର୍ମ । ଉଚ୍ଚଶିକ୍ଷା କ୍ଷେତ୍ରକୁ ସରକାର ଅଧିକରୁ ଅଧିକ ଧ୍ୟାନ ଦେଉଛନ୍ତି । ଛାତ୍ରବୃତ୍ତି, ଲାପଟପ, ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଉଛି । ୨୦୧୬-୧୭ ପରଠୁ ୪ ହଜାରରୁ ଅଧିକଶିକ୍ଷକ ନିଯୁକ୍ତ ହେଲେଣି । ଉଚ୍ଚଶିକ୍ଷାରେ ପରିବର୍ତ୍ତନ ପାଇଁ ମୋ କଲେଜ ଅଭିଯାନ ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଗବେଷଣା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି । ଆସନ୍ତା ୫ ବର୍ଷରେ ସରକାର ୨୧୬ କୋଟିରୁ ଅଧିକ ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ ସ୍କଲାରସିପ୍ ସ୍କିମରେ ଖର୍ଚ୍ଚ ହେବ ଏହି ଅର୍ଥ ।