ପହିଲାରୁ ସ୍କୁଲରେ ଦଶହରା ଛୁଟି ଘୋଷଣା

ଆଗକୁ ଆସୁଛି ପାର୍ବଣର ମହାସମ୍ଭାର । ଅଶ୍ୱୀନ ମାସରେ ଧରାବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଏଥିାପାଇଁ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା ହୋଇଯାଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସ୍କୁଲରେ ଛୁଟି ପାଇଁ ଘୋଷଣା ହୋଇଛି । ଲଗାତାର ୧୫ ଦିନ ପାଇଁ ଏହି ଛୁଟି ଉପଭୋଗ କରିପାରିବେ ସ୍କୁଲର ଛାତ୍ରଛାତ୍ରୀ । ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ମହୋତ୍ସବ ପାଳନ କରିବା ପାଇଁ ୧୪ ଦିନର ଛୁଟି ଦେଇଛନ୍ତି ସରକାର । ଅକ୍ଟୋବର ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ଘୋଷଣା କରାଯାଇଛି ।