ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ବିରୋଧିମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦର୍ବଳ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ଶିକ୍ଷା ଏବଂ ପ୍ରାରମ୍ଭିକ କ୍ୟାରିୟର ବିକାଶ ସହ ଜଡ଼ିତ ବୋଝକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ‘ଲାଡଲା ଭାଇ ଯୋଜନା’ ଘୋଷଣା କରିଛନ୍ତି । ବିଭିନ୍ନ ସ୍ତରର ଯୁବଗୋଷ୍ଠୀଙ୍କୁ ଆର୍ଥିକ ଚ୍ୟାଲେଞ୍ଜ୍ର ମୁକାବିଲା କରିବା ପାଇଁ ଏହା ଏକ ପ୍ରୟାସ ଭାବରେ ଦେଖାଯାଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ନିଜ ପାଠ ପଢ଼ା ବ୍ୟତୀତ କ୍ୟାରିୟର ବିକାଶ ଉପରେ ମଧ୍ୟ ଫୋକସ୍ କରିପାରିବେ । ‘ଲାଡଲା ଭାଇ ଯୋଜନା’ ଅନ୍ତର୍ଗତ ଦ୍ୱାଦଶ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬ ହଜାର ଟଙ୍କା, ଡିପ୍ଲୋମାଧାରୀଙ୍କୁ ମାସିକ ୮ ହଜାର ଟଙ୍କା ଏବଂ ସ୍ନାତକ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post