ତାତିଲେ ଛାତ୍ର ସଂଗଠନ, ଆନ୍ଦୋଳନ ପାଇଁ ଧମକ

ଭୁବନେଶ୍ବର: ରାଜ୍ୟ ସରକାର ଲଗାତର ଷଷ୍ଠ ବର୍ଷ ପାଇଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ‌ ସ୍ତରରେ ହେଉଥିବା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ଜାରି କରିଥିବା ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ସୂଚନା ନଦେବା ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କର ସୁବିଧା ଓ ଭଲ ପାଇଁ ସମସ୍ତ ନିଷ୍ପତ୍ତି ନିଆଯାଇଛି। ହେଲେ ମନ୍ତ୍ରୀଙ୍କର ଏହି ଉତ୍ତର ବିଭିନ୍ନ ଛାତ୍ର ସଂଗଠନକୁ ଉତ୍ତ୍ୟକ୍ତ କରିଦେଇଛି।