ଗୁରୁଦିବସ ଅବସରରେ ଗୁରୁଙ୍କୁ ପ୍ରଣାମ

ଆଜି  ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁଙ୍କୁ ପ୍ରଣାମ । ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ଗୁରୁ ସାକ୍ଷାତ ଇଶ୍ବର ଭାବେ ଆମେ ପୂଜା କରିଥାଉ । ଗୁରୁଙ୍କୁ ଦେବତାଙ୍କ ସହ ତୁଳନା କରାଯାଇଥାଏ ଆମ ସଂସ୍କୃତିରେ ।  ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରାଯାଇଥାଏ । ଆଜିର ଦିନରେ  ରାଜ୍ୟର ବିଭିନ୍ନ  ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀମାନେ ପୂଜା କରିବା ପାଇଁ ମଧ୍ୟ ଅପେକ୍ଷା କରିଥାନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ନିଜର ବାର୍ତ୍ତା ସୋସିଆଲ ମିଡିଆରେ  ରଖିଛନ୍ତି ।

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”।। ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁଙ୍କୁ କୋଟି କୋଟି ପ୍ରଣାମ ।

ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ ।  ପ୍ରତିବର୍ଷ ସେପ୍ଟମ୍ବର ୫ ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି ।