ଏସ୍ଆର୍ସିଙ୍କ ବଡ ନିର୍ଦ୍ଦେଶ, ୧୦ରୁ ବନ୍ଦ ହେବ ବିଶ୍ୱବିଦ୍ୟାଳୟ
ମେଟ୍ରୋ ଟିଭି ଓଡିଶା,୭/୧: କରୋନାର ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ହେବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ୍ଆର୍ସି ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ସହିତ ହଷ୍ଟେଲ ଗୁଡ଼ିକ ମଧ୍ୟ ବନ୍ଦ ରହିବ। କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିଲେ ବି ବି ଅନ୍ଲାଇନ୍ କ୍ଲାସ୍ ଜାରି ରହିବ। ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଡ୍ୟୁଟି କରିବେ। ଅନ୍ୟପକ୍ଷରେ ଏବେ ଚାଲିଥିବା ସମସ୍ତ ଅଫ୍ଲାଇନ୍ ପରୀକ୍ଷା ଗୁଡ଼ିକୁ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ପାରିବ ବୋଲି ଏସ୍ଆର୍ସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି ସେମାନେ ଚାହିଁଲେ ହଷ୍ଟେଲରେ ରହିପାରିବେ। ସେହିପରି ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଚିଂ ସେଣ୍ଟର ଗୁଡ଼ିକ ଅନ୍ଲାଇନ୍ରେ ପାଠ ପଢ଼ାଇବେ।