ଆଜି ବିଶ୍ୱ ବ୍ରେଲ୍ ଦିବସ

ଆଜି ବିଶ୍ୱ ବ୍ରେଲ୍ ଦିବସ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ପ୍ରତିବର୍ଷ ଜାନୁଆରୀ ୪ତାରିଖକୁ ବିଶ୍ୱ ବ୍ରେଲ୍ ଦିବସ ରୂପେ ପାଳନ କରାଯାଏ । ଦୃଷ୍ଟିବାଧ୍ୟକ ଦିବ୍ୟାଙ୍ଗ ମାନଙ୍କ ପଢିବା ଲେଖିବା ପାଇ ଏହି ବ୍ରେଲ୍ ଲିପିର ପ୍ରଚଳନ କରାଯାଇଥିଲା । ଏହି ବ୍ରେଲ୍ ଲିପିର ସଷ୍ଟ୍ରା ଲୁଇସ ବ୍ରେଲ୍‌ଙ୍କ ସ୍ମୃତିରେ ୪ତାରିଖକୁ ବ୍ରେଲ୍ ଦିବସ ଭାବେ ପାଳନ ହୁଏ । ଲୁଇସ ବ୍ରେଲ୍ ୧୮୦୯ ମସିହା ଜାନୁଆରୀ ୪ତାରଖରେ ଜନ୍ମ ଗ୍ରହଣ କରିଥିଲେ । ୩ବର୍ଷ ବୟସରୁ ସେ ତାଙ୍କ ବାପାଙ୍କ ଦୋକାନରେ ଖେଳୁଥିବା ସମୟରେ ଏକ ଯନ୍ତ୍ର ଆଖିରେ ବାଜିଯିବାରୁ ତାଙ୍କ ବାମ ଆଖି ସଂକ୍ରମଣ ହୋଇଥିଲା । ସଂକ୍ରମଣ ବଢିବାରୁ ତାଙ୍କର ୨ଟି ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଗଲା ।
୧୦ବର୍ଷ ବୟସରଙ୍କ ସେ ପ୍ୟାରିସର ରୟାଲ ଇନହ୍‌ଟିଚ୍ୟୁଟ ଅଫ ବ୍ଲାଇଣ୍ଡ ସ୍କୁଲରେ ପାଠ ପଢିଥିଲେ । ସେହି ସମୟରେ ସେ ନାଇଟ ରାଇଟିଙ୍ଗ ଲିପି ବିଷୟରେ ଜାଣିଥିଲେ । ପରେ ଏହି ଲିପିରୁ ଅନୁପ୍ରାଣିତ ହେଇ ସେ ବ୍ରେଲ୍ ଲିପିର ଆବିଷ୍କାର କରିଥିଲେ । ୧୯୨୯ରେ ସେ ପ୍ରଥମ ବ୍ରେଲ୍ ପୁସ୍ତକ ଛାପିଥିଲେ ।ଏହି ଲିପିର ଉଭାବନ ପରେ ଦୃଷ୍ଟିହୀନ ତଥା ଆଶିଂକ ଦୃଷ୍ଟିହୀନ ଲୋକଙ୍କ ପାଠ ପଢିବାରେ ସହାୟକ ହେବ ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ । ଆକାର ଦୃଷ୍ଟିରୁ ସାଧାରଣ ଲିପି ଅନୁସାରେ ବ୍ରେଲ୍ ଲିପି ୧୦ଗୁଣା ବଡ । ଏହି ଲିପି ବ୍ରେଲ୍ ମେସିନ୍‌ରେ ପ୍ରସ୍ତୁତ କରାଯାଏ । ୪୩ ବର୍ଷ ବୟସରଙ୍କ ସେ ରାଜଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁର ୧୬ବର୍ଷ ପରେ ରୟାଲ ଇନଷ୍ଟିଚ୍ୟୁଟ ଫର ବ୍ଲାଇଣ୍ଡ ୟୁଥ ଏହି ଲିପିକୁ ମାନ୍ୟତା ପ୍ରଦାନ କରିଥିଲା ।