ସୁପ୍ରମିକୋର୍ଟରେ ବିଚାରପତିଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଚାରିଆଡେ ବ୍ୟାପି ଗଲାଣି ।ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିସାରିଲାଣି କରୋନା । ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରଧାନ ବିଚାରପତିଙ୍କ ସମେତ ୩୨ ଜଣ ଜଜଙ୍କ ମଧ୍ୟରୁ ୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସୁପ୍ରିମକୋର୍ଟରେ ପଜିଟିଭିଟି ରେଟ୍ ଦୁଇ ଦିନ ହେବ ୫ ପ୍ରତିଶତ ଉପରେ ରହୁଥିବା ବେଳେ ଏବେ ଏହା ୧୨ ଦଶମିକ ୫ ପ୍ରତିଶତ ରହିଛି । ସୁପ୍ରିମକୋର୍ଟର ୧୫୦ରୁ ଅଧିକ କର୍ମଚାରୀ ସଂଗରୋଧରେ ରହିଛନ୍ତି । ଆସନ୍ତାକାଲିଠାରୁ ସମସ୍ତ କେସ୍ର ଶୁଣାଣି ଭର୍ଚୁଆଲ ମୋଡ୍ ତଥା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବା ପାଇଁ ନିଷ୍ପତି ପୂର୍ବରୁ ନିଆଯାଇସାରିଛି ।
ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ସମେତ ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେଥିରୁ ୪୦୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଥିବାର ଆଜି ରିପୋର୍ଟ ମିଳିଛି । ଏହାପରେ ଦିଲ୍ଲୀକୁ ଆଲର୍ଟ କରାଯାଇଛି । ପ୍ରଶାସନ ପକ୍ଷରୁ ସଂସଦ ଭବନରେ ପରିସରକୁ ବିଶୋଧନ କରାଯାଇଛି। ତେବେ ଦେଶବ୍ୟାପୀ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କର ଚିନ୍ତା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୧ ହଜାର ୯୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମଣ ପରେ ଦେଶରେ ଏହି ସଂଖ୍ୟା ୪ ଲକ୍ଷ ୭୨ ହଜାର ୧୬୯ରେ ପହଞ୍ଚିଛି।