ରାଜ୍ୟରେ ପୁଣି ଲାଗିଲା କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ଟା ଯାଏ କଟକଣା
ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଛି ସଂକ୍ରମଣ । ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ କଟକଣାକୁ ପୁଣି ଲଗାଇଛନ୍ତି । ନାଇଟ୍ କର୍ଫ୍ୟୁ ସମୟ ସୀମା ବଢିଛି । ରାଜ୍ୟ ସରକାର ଏହି ତୃତୀୟ ପ୍ରର୍ଯ୍ୟାୟର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗାଇଛନ୍ତି । ଆସନ୍ତା ୭ ତାରିଖ ସକାଳରୁ ଫେବ୍ରୁଆରୀ ୧ ତାରିଖ ଯାଏ ଲାଗୁ ହେବ ନୂଆ କଟକଣା ।
କେଉଁ କେଉଁ କାର୍ଯ୍ୟରେ ସବୁ କଟକଣା ଲାଗିଛି ତାହାର ତାଲିକା;
-ବିବାହ ଉତ୍ସବରେ ୧୦୦ ଜଣଙ୍କୁ ମିଳିବ ଅନୁମତି ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ।
-ରାଜ୍ୟରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ ସରକାରୀ ଅଫିସ।
-ରାଜ୍ୟରେ ସ୍କୁଲ, କଲେଜରେ ଦ୍ୱାଦଶ ଶ୍ରେଣୀ ଯାଏ କ୍ଲାସ୍ ବନ୍ଦ ରହିବ । କିନ୍ତୁ ଅଲଲାଇନ୍ରେ ଜାରି ରହିବ ପାଠପଢ଼ା । କେବଳ ୮ ତାରିଖ ଯାଏ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଚାଲିବ ।
-ଦୋକାନ ବଜାରରେ ଗହଳି ନକରିବାକୁ ଏସଆରସି ନିବେଦନ କରିଛନ୍ତି। ଦୋକାନୀ ଦାୟିତ୍ୱ ନିର୍ବାହରେ ଖିଲାପ କଲେ ଅତିକମରେ ୭ ଦିନ ସିଲ୍ ହେବ ।
-ସାମାଜିକ ଓ ଧାର୍ମିକ ସମାବେଶ ବନ୍ଦ ରହିବ । ରାଜନୈତିକ, କ୍ରୀଡ଼ା ଓ ଶୈକ୍ଷିକ କାର୍ୟ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ରହିଛି । ପ୍ରଦର୍ଶନୀ, ଏକ୍ସପୋ, ଟ୍ରେଡ୍ ଫେୟାର୍, ମେଳା ହେବ ନାହିଁ ।
-ସର୍ବସାଧାରଣ ପାର୍କ, ବିଚ୍ ଓ ଟୁରିଷ୍ଟ ସ୍ପଟର୍ ପିକନିକ ମନା । ଶିକ୍ଷାନୁଷ୍ଠାନରେ ପିକନିକ୍ ଆୟୋଜନ କରିବେ ନାହିଁ ।
-ହୋଟଲ୍, ରେଷ୍ଟୁରାଣ୍ଟ, ବାର୍, ଢାବା ରାତି ୯ଟା ଯାଏ ଖୋଲା ରହିବ । ଫୁଡ୍ ଭେଣ୍ଡର ଆଗରେ ୫ରୁ ଅଧିକ ଲୋକ ଭିଡ଼ କରିବେ ନାହିଁ ।
-ସିନେମା ହଲ୍, ଥିଏଟର ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ପ୍ରାଣୀ ଉଦ୍ୟାନ, ଚିଡିଆଖାନାରେ କେବଳ ଅନଲାଇନ୍ ଟିକେଟ । ଇନଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ସୁଟିଂ ୫୦ ଜଣଙ୍କୁ ନେଇ କରିପାରିବେ ।