ରାଜ୍ୟରେ କରୋନାର ଲମ୍ବା ଡିଆଁ,୪ହଜାରରୁ ଅଧିକ ସଂକ୍ରମଣ

ରାଜ୍ୟରେ କରୋନାର ଲମ୍ବା ଡିଆଁ,୪ହଜାରରୁ ଅଧିକ ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଲାଣି । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ଜଣ ସଂକ୍ରମଣ ହୋଇଛନ୍ତି । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୬୧୫୫ ଜଣକୁ ବୃଦ୍ଧି ପାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୪୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୫୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୦୯ ଜଣ ରହିଛନ୍ତି ।