ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଚିହ୍ନଟ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ନିଜ ବାସଭବନରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ କହିଛନ୍ତି ତାଙ୍କ ସଂର୍ସ୍ପଶରେ ଆସିଥିବା ଲୋକ ମାନେ ନିଜର କରୋନା ଟେଷ୍ଟ କରୋଇନେବାକୁ । ସେ ୨ତାରିଖରେ ଲକ୍ଷ୍ନୌରେ ଓ ୩ ତାରିଖ ଡେରାଡୁନରେ ନିର୍ବାଚନ ରାଲିରେ ସାମିଲ ହୋଇଥିଲେ ।
ସୂଚନା ଅନୁସାରେ ଭାରତରେ କରୋନାର ତୃତୀୟ ଲହର ଚାଲିଛି । ପୂର୍ବ ଲହର ଠାରୁ ୨୬୨ ଗୁଣ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ। ୧୨ସପ୍ତାହ ପରେ ଦେଶରେ ସର୍ବାଧିକ କେସ୍ ଆସିଛି। ଦିଲ୍ଲୀ, ମୁମ୍ବାଇ ସ୍ଥିତି ସବୁଠାରୁ ଉଦ୍ବେଗଜନକ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ପଜିଟିଭିଟି ହାର ୬.୪୬ ପ୍ରତିଶତ ବଢିଛି। ବର୍ତ୍ତମାନ ଜାତୀୟ ରାଜଧାନୀରେ କୋଭିଡ୍ ଆକ୍ଟିଭ କେସ୍ ୧୦ ହଜାର ଅତିକ୍ରମ କରି ୧୦ ହଜାର ୯୮୬ରେ ପହଞ୍ଚିଛି । ଦିଲ୍ଲୀରେ ନୂଆ ଓମିକ୍ରନ୍ କେସ୍ ସହ ମୋଟ କରୋନା ସଂକ୍ରମଣ ବଢ଼ି ଚାଲିଛି ।