ବର୍ଷ ଆରମ୍ଭରୁ ପିଲାଙ୍କୁ ଦିଆଯିବ କୋଭିଡ ଟୀକା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଆରମ୍ବରେ କେନ୍ଦ୍ର ସରକାର ଛୋଟ ପିଲାଙ୍କୁ କୋଭିଡ୍ ଟୀକା ଦିଆଯିବାକୁ ନେଇ ନିଷ୍ପତ୍ତି ଦେଇଛନ୍ତି । ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ କରିହେବ । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ।
ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ ପତ୍ର ନଥିବ ସେମାନେ ଆଇଡେଣ୍ଟି କାର୍ଡ ଦ୍ୱାରା କୋଓ୍ଵିନ୍ ଆପ୍ରେ ରେଜିଷ୍ଟର କରିପାରିବେ । ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରରେ ୩ ତାରିଖରୁ ଟିକା ନେଇପାରିବେ । ଏହାଛଡ଼ା ଅନ୍ ଦ ସ୍ପଟ ଟିକାକରଣର ବ୍ୟବସ୍ଥା ରହିଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେନି, ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ । କୋଭିଡ୍ର ସବୁ ଗାଇଡଲାଇନକୁ ମାନି ଏହି ଟୀକାକରଣ କରାଯିବ ।