ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ

ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ,୫/୧: ଦେଶରେ କରୋନାର ନୂଆ ସଂକ୍ରମଣ ବଢିବାରେ ଲାଗିଲାଣି । ୨୪ଘଣ୍ଟାରେ ୫୮ହଜାର ୯୭ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗୋଟିଏ ଦିନରେ ୫୫ପ୍ରତିଶତ ସଂକ୍ରମଣ ବଢିଛି । ଗତକାଲି ଥିଲା ୩୭ ହଜାର ୩୭୯ । ୫୩୪ ଜଣଙ୍କ ଜୀବନ ନେଇଛି କରୋନା। କରୋନାରୁ ସୁସ୍ଥ ହୋଇଛନ୍ତି ୧୫ ହଜାର ୩୮୯ । ଆକ୍ଟିଭ କେସ ୨ଲକ୍ଷ ୧୪ ହଜାର ୪ରେ ପହଞ୍ଚିଛି। ପଜିଟିଭିଟି ରେଟ ରହିଛି ୪.୧୮ ପ୍ରତିଶତ। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୨ହଜାର ୫୫୧ରେ ପହଞ୍ଚିଛି ।
ସେହିପରି ରାଜ୍ୟରେ ମଧ୍ୟ ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ ୧ହଜାର ୨୧୬ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ ୪୫୬ଜଣ ସଂକ୍ରମିତ ଥିବାବେଳେ, ସୁନ୍ଦରଗଡ଼ରେ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ କେସ ୩ହଜାର ୯୮୧ ରହିଛି ।