ଡେଲ୍ଟା ନୁହେଁ ଆମେରିକାରେ ଓମିକ୍ରନରେ ଅଧିକ ମୃତ୍ୟୁ
ମେଟ୍ରୋ ଟିଭି ଓଡିଶା,୩୦/୧ : କରୋନା ମହାମାରୀ ଦୁଇବର୍ଷ ଲୋକଙ୍କ ନିଦ ହଜାଇ ଦେଇଥିଲା । ନିଜ ଆତ୍ମୀୟ ଲୋକଙ୍କୁ ବି ଛୁଇଁବା ପାଇଁ ଡର ଲାଗୁଥିଲା । କାରଣ ବାହାରେ ରହୁଥିବା ପରିବାର ବର୍ଗଙ୍କ ଠାରୁ ସାମାଜିକ ଦୂରତା ରଖିବାକୁ ପଡୁଥିଲେ । ସେତେବେ ଲୋକେ ଲକଡାଉନ ସଟଡାଉନରେ ଛନ୍ଦି ହୋଯାଇଥିଲେ । ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ଥିଲା ଶବଦାହ ପାଇଁ ଜାଗା ମିଳୁନଥିଲା ।
ହେଲେ ଧିରେ ଧିରେ କରୋନାର ଗତି କମିବାରେ ଲାଗିବାରେ, ଲୋକେ ଧିରେ ଧିରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଥଲେ । ହେଲେ ପୁଣି କରୋନାର ନୂଆ ଭାରିଆଟଂ ଓମିକ୍ରନ ଲୋକଙ୍କୁ ଡରାଉଛି । କେତେବେଳେ ଗ୍ରାଫ୍ ବଢୁଛି ତ କେତେବେଳେ କମିଛି । ସେପଟେ ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ଡେଲ୍ଟା ଭଳି ଏତେ ଭୟଙ୍କର ନୁହେଁ । ଏଥିରେ ମୃତ୍ୟୁହାର କମ୍ । ହେଲେ ଆମେରିକାରେ ଡେଲ୍ଟା ତୁଳନାରେ ଓମିକ୍ରନ୍ ଅଧିକ ଭୟଙ୍କର ହୋଇଛି । ଏଠାରେ ଡେଲ୍ଟା ତୁଳନାରେ ପ୍ରତିଦିନ ଓମିକ୍ରନରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି ।
ସୂଚନା ଅନୁସାରେ, ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୬୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସାରା ବିଶ୍ୱରେ ଗୋଟିଏ ଦିନରେ ୩୪.୧୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୩୩୦ ଜଣଙ୍କ ମୃତ୍ୟୁ ହୋଇଛି । ଲିଫୋର୍ନିୟା ବିଶ୍ୱବିଦ୍ୟାଳୟ, ଇରୱିନରେ ଜନସ୍ୱାସ୍ଥ୍ୟ ପ୍ରଫେସର ଏଣ୍ଡ୍ର ନୋୟମର କହିଛନ୍ତି ଓମିକ୍ରନ୍ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯିବ । ତେଣୁ ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକ । ଆମେରିକା ଏବେ ନୂଆ ସଂକ୍ରମିତଙ୍କୁ ନେଇ ୫.୨୨ ଲକ୍ଷ ସହ ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ଫ୍ରାନ୍ସ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩.୫୩ ଲକ୍ଷ । ସେହିପରି ବ୍ରାଜିଲ ୨.୫୭ ଲକ୍ଷ ସହ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ୩୭.୦୮ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ୫୬.୬୯ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ଯଦି ବିଶେଷଜ୍ଞ କଥା ଠିକ୍ ହୁଏ, ତାହେଲେ ଆଗରୁ ସତର୍କ ଅବଲମ୍ବନ କରିବାକୁ ପଡିବ ।