ଡିସିପି ଅଫିସ ସିଲ୍ କଲା ବିଏମ୍ସି
ମେଟ୍ରୋ ଟିଭି ବ୍ୟୁରୋ,୨/୧: କୋଭିଡ୍ ସଂକ୍ରମଣ ପାଇ ଡିସିପି ଅଫିସ୍ ସିଲ୍ କଲା ବିଏମ୍ସି । ଡିସିପି ଅଫିସର ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମ୍ସି।
ସୂଚନା ଅନୁଯାୟୀ ଭୁବନେଶ୍ୱର ଡିସିପି ଅଫିସ ୨ଦିନ ପାଇଁ ବନ୍ଦ ରହିବ ବୋଲି ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର କହିଛନ୍ତି । ଏହି ସମୟରେ ଊଉଚ ଅଫିସ୍କୁ ସାନିଟାଇଜ୍ କରାଯିବ। ୨୦ଜଣଙ୍କର କୋଭିଟ୍ ଟେଷ୍ଟ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ରାଜ୍ୟରେ ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଆଜି ପଜିଟିଭ୍ ରେଟ୍ ରହିଛି ୧.୩୧ ପ୍ରତିଶତ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ୨ ହଜାର ୮୮୮ ରହିଛି।