ଚୀନର ଶୂନ କୋଭିଡ ନୀତିରେ ବନ୍ଦୀ ସିଆନ୍‌

ଚୀନର ଶୂନ କୋଭିଡ ନୀତିରେ ବନ୍ଦୀ ସିଆନ୍‌

ମେଟ୍ରୋ ଟିଭି ଓଡିଶା,୫/୧: ଚୀନର ଶୂନ କୋଭିଡ ନୀତି ଦେଶବାସୀଙ୍କୁ ଅସହ୍ୟ କରିଦେଲାଣି । ଚୀନର ୨ଟି ସହର ସିଆନ ଓ ୟୁଝୋଉ େବେ କଠୋର ଲକଡାଉନର ଶୀକାର ହୋଇଛନ୍ତି । ଖାଦ୍ୟ ଭଳି ମୌଳିକ ସୁବିଧା ମଧ୍ୟ ପାଇ ପାରୁ ନାହାନ୍ତି । ଛଟପଟରେ ଚୀନର ସାଧାରଣ ଲୋକ । ସିଆନରେ କୋଭିଡ ମାମଲା ଦେଖାଯିବା ପରେ ଚୀନର ସି ଜିନପିଙ୍ଗ ସରକାର ସମଗ୍ର ସିଆନରେ ଲକଡାଉନ ଘୋଷଣା କରିଥିଲେ । ମାତ୍ର କେତେ ସମୟ ଭିତରେ ୧କୋଟି ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସିଆନ ଲୋକଶୂନ୍ୟ ହୋଇଗଲା ।
କରୋନାର ଆରମ୍ଭରେ ୱୁହାନ ସହରର ଚିତ୍ର ଯେପରି ଥିଲା ଏବେ ସିଆନରେ ସେପରି ଚିତ୍ର । କଠୋର ଲକଡାଉନ ଯୋଗୁ ଲୋକ ମାନେ ଖାଦ୍ୟ ପାଇ ସଂଘର୍ଷ କରୁଛନ୍ତି ।ସାଙ୍କସି ପ୍ରଦେଶର ରାଜଧାନୀ ସିଆନରେ ଲୋକସଂଖ୍ୟା ଅଧିକ ଥିବାରୁ ଖାଦ୍ୟ ସଂଙ୍କଟ ସୃଷ୍ଟି ହୋଇଛି ।

ସିଆନ ପରେ ହେନାନ ପ୍ରଦେଶର ୟୁଝୋଉ ସହରରେ ମଧ୍‌ତ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୩ଟି କରୋନା ମାମଲାରେ ପୁରା ରାଜ୍ୟକୁ ଲକଡାଉନ କରିଛି ଚୀନ ସରକାର । ୟୁଝୋଉ ସହରରେ ବସ,ଟ୍ୟାକ୍ସି ସେବା ତୁରନ୍ତ ବନ୍ଦ କରିବା ସହ ମଲ,ମ୍ୟୁଜିୟମ,ଓ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇଛି । ମଙ୍ଗଳବାର ଚୀନରେ ୧୭୫ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସିଆନ ସହରରେ ଡିସେମ୍ବର ପର ଠାରୁ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି ।