ମେଟ୍ରୋ ଟିଭି ଓଡିଶା,୧୩/୧: ଚୀନର ବିଭିନ୍ନ ବିଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ କମାଇବା ପାଇ ଚୀନର ଏକ ଅମାନୁଷିକ ପନ୍ଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍ବେଗ ପ୍ରକାଶ କରାଯାଇଛି । ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ଚୀନ ସରକାର ଏକ ତରିକା ଆପଣେଇଛି । ଯାହା ଜିରୋ କୋଭିଡ ପଲିସ୍ ବା ମେଟାଲ ର ବକ୍ସରେ କ୍ୱରୋଣ୍ଟାଇନ କରି ରଖାଯାଏଛି । ଅର୍ଥାତ ଚୀନରେ ଯେଉ ବ୍ୟକ୍ତି ମାନଙ୍କୁ କରୋନା ହେଉଛି ତାଙ୍କୁ ଏବେ ମେଟାଲର ବକ୍ସରେ କ୍ୱରୋଣ୍ଟାଇନ କରି ରଖାଯାଉଛି । ଏହି ଧାତୁ ବା ମେଟାଲ ବାକ୍ସଟିରେ କୋଭିଡ ପଜିଟିଭ ଥିବା ବ୍ୟକ୍ତିକୁ ଜବରଦସ୍ତ ତଥା ବାଧ୍ୟ କରି ରଖାଯାଉଛି । ଚୀନ ସରକାରଙ୍କର ଏପରି ପନ୍ଥାକୁ ଅନେକ ଦେଶରେ ନିନ୍ଦା କରାଯାଉଛି ।
କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍
imagecredit-NDTV.com