ମେଟ୍ରୋ ଟିଭି ଓଡିଶା,୨୫/୧ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ତାଙ୍କ ସହିତ ଯୋଗାଯୋଗରେ ଆସିଛନ୍ତି ।
pc credit-twitter
ସେମାନେ ଦୟାକରି ନିଜର ପରୀକ୍ଷା କରାଇନିଅନ୍ତୁ । ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି ଯେ ସାମାନ୍ୟ ଲକ୍ଷଣ ପାଇବା ପରେ ତାଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଯେଉଁମାନେ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ସେମାନଙ୍କର ପରୀକ୍ଷା କରନ୍ତୁ ।