ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।
ତେବେ ଏପଟେ କଟକ ଏସସିବି ବଡ଼ ମେଡ଼ିକାଲର ବିଏସି ନର୍ସିଂ କଲେଜର ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ଦାସ କହିଛନ୍ତି ଆଜି ଏହି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ ପରେ କାର୍ୟ୍ୟନୁଷ୍ଟାନ ଗ୍ରହଣ କରାଯିବ। କୋଭିଡ ପଜିଟିଭି ଥିବା ଛାତ୍ରୀ ମାନଙ୍କୁ ଆଇସୋଲେଟେଡ କରି ରଖାଯାଇଛି ।