ପୁଣି ଫେରୁଛି ଚତୁର୍ଥ ଲହର ? ସତର୍କ ହେଲେ ଏହି ସହର !

2-years-changchun-city-declared-locks-down

ମେଟ୍ରୋ ଟିଭି ଓଡିଶା (୧୨ .୩ . ୨୦୨୨) :

ପୁଣିଥରେ ଫେରିବ କି କରୋନାର ଚତୁର୍ଥ ଲହର ? ବିଶ୍ୱରେ କରୋନା ମହାମାରୀର ଆସିବ କି ଆଉ ଏକ ଲହର। କାରଣ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନରେ ଯେବେ ଯେବେ କରୋନା ଲହର ଫେରିଛି ବିଶ୍ୱର ଅନ୍ୟ ଦେଶକୁ ବି ଏହା ଧୀରେ ଧୀରେ ମାଡ଼ିଛି। ଏବେ ଚୀନରେ ଚତୁର୍ଥ ଲହର ଆରମ୍ଭ ହୋଇଯାଇଥିବା କୁହାଯାଉଛି। ୯୦ ଲକ୍ଷରୁ ଅଧିକ ଜନସଂଖା ବିିଶିଷ୍ଟ ଚୀନର ଚାଙ୍ଗଚୁନ୍ ସହରକୁ ଲକଡାଉନ୍ ଘୋଷଣା କରାଯାଇଛି। ଚଳିତ ସପ୍ତାହରେ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ଲକ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ ଶୁକ୍ରବାର ଦିନ ଚାଙ୍ଗଚୁନ୍ ସହରରୁ କେବଳ ୧,୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨ ବର୍ଷ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ସହରରେ ପାଖାପଖି ୧୦୦ ଆକ୍ରାନ୍ତ ବାହାରୁଥିଲେ। ହଠାତ୍‌ ସହରରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲକ୍‌ଡାଉନ୍‌ ଘୋଷଣା ସହ ଲୋକମାନଙ୍କୁ ୱାର୍କ ଫର୍ମ ହୋମ୍‌ କରିବା ପାଇଁ କୁହାଯାଇଛି। ଏହାସହ ଟେଷ୍ଟିଂକୁ ଆହୁରି ତ୍ୱରାନିତ କରାଯାଇଥିବା ଜଣାପଡ଼ିଛି।

ଜିଲିନ୍‌ ପ୍ରୋଭିନ୍ସର ରାଜଧାନୀ ହେଉଛି ଚାଙ୍ଗଚୁନ୍। ପ୍ରମୁଖ ଇଣ୍ଡଷ୍ଟ୍ରିଆଲ୍‌ ସହର ଭାବେ ଚାଙ୍ଗଚୁନ୍ ବେଶ୍‌ ଜଣାଶୁଣା। ତେବେ ସହରରେ ଲକ୍‌ଡାଉନ୍‌ ଘୋଷଣା ପରେ ପ୍ରତି ୨ ଦିନରେ କେବଳ ଜଣେ ହିଁ ବ୍ୟକ୍ତିଙ୍କୁ ଜରୁରୀ ସାମଗ୍ରୀ କିଣିବା ଲାଗି ଅନୁମତି ପ୍ରଦାନ କରାଯାଇଛି।

ଚାଙ୍ଗଚୁନ୍‌ରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସାଂଘାଇ ଓ ଅନ୍ୟ ପ୍ରମୁଖ ସହରରେ ଲକ୍‌ଡାଉନ୍‌ ଘୋଷଣା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି। ସାଂଘାଇର ସବୁ ସ୍କୁଲ୍‌କୁ ବନ୍ଦ ଘୋଷଣା କରାଯିବା ସହ ଅନ୍‌ଲାଇନ୍ କ୍ଲାସ୍ ‌ଆରମ୍ଭ କରିବା ପାଇଁ କୁହାଯାଇଛି। ସେହିପରି ବେଜିଂରେ ଅନେକ ଆବାସିକ ଅଞ୍ଚଳକୁ ଆଂଶିକ ଭାବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।