କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି

ଭାରତରେ କୋଭିଡ଼ ଟିକା ବଞ୍ଚାଇଛି ୩୪ ଲକ୍ଷ ଜୀବନ । କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି । ଏଥିସହ ଭାରତ ୧୮ ଦଶମିକ ୩ ବିଲିୟନ ଡଲାରର କ୍ଷତିକୁ ରୋକିପାରିଛି ବୋଲି ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ଇନଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭନେସ୍ ରିପୋର୍ଟରେ କୁହାଯାଇଛି । ୨୦୨୦ ଏପ୍ରିଲ ୧୧ ବେଳକୁ ଭାରତରେ ୭ହଜାର ୫୦୦ କୋଭିଡ଼ ସଂକ୍ରମଣ ରହିଥିଲା ।ଲକଡାଉନ ଲଗାଇବା ଯୋଗୁଁ ଭାରତ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଜୀବନ ବଂଚାଇପାରିଥିଲା । କେବଳ ମାର୍ଚ୍ଚ ଓ ଏପ୍ରିଲରେ ଲକଡାଉନ ଯୋଗୁଁ ୧ଲକ୍ଷ ଲୋକଙ୍କ ଜୀବନ ବଂଚିଯାଇଥିଲା । କରୋନାର ପ୍ରଥମ ଲହରରେ ପିକ୍ରେ ପହଞ୍ଚିବାକୁ ଭାରତକୁ ୧୭୫ ଦିନ ସମୟ ଲାଗିଥିଲା । କିନ୍ତୁ ଫ୍ରାନ୍ସ, ଆମେରିକା, ଜର୍ମାନୀ, ରୁଷ, କାନାଡ଼ା ଓ ଇଟାଲୀରେ ଏଥିପାଇଁ ୫୦ ଦିନ ସମୟ ଲାଗିଥିଲା । କରୋନାର ଦ୍ରୁତ ସଂକ୍ରମଣ ରୋକିବାକୁ ଭାରତ ନେଇଥିବା ପଦକ୍ଷେପକୁ ମଧ୍ୟ ରିପୋର୍ଟରେ ପ୍ରଶଂସା କରାଯାଇଛି । ସେହିଭଳି ଟିକାକରଣକୁ ମଧ୍ୟ ରିପୋର୍ଟରେ ପ୍ରକାଶ କରାଯାଇଛି ।