କୋଭିଡ୍-୧୯ ସଂକ୍ରମଣକୁ ରୋକିବାରେ ଭାରତ ଆଉ ପାଦେ ଆଗକୁ ଯାଇଛି । ଦେଶରେ ପ୍ରଥମ ନାଜାଲ କୋଭିଡ୍ ଟିକାର ଟ୍ରାଏଲ ଶେଷ ହୋଇଛି । ଭାରତ ବାୟୋଟେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଟ୍ରାଏଲ ଶେଷ ହୋଇଛି । ୪ ହଜାର ଜଣଙ୍କ ଉପରେ ଏହାକୁ ପରୀକ୍ଷା କରାଯାଇଛି ।ଭାରତ ବାୟୋଟେକ ନିଜର ପ୍ରଥମ ନାଜାଲ କୋଭିଡ-୧୯ ଟିକା ପାଇଁ ଚଳିତ ମାସରେ ଡିସିଜିଆଇ ପାଖରୁ ଲାଇସେନ୍ସ ହାସଲ ପାଇଁ ଆଶା ରଖିଛି ।
ଭାରତ ବାୟୋଟେକର ଅଧ୍ୟକ୍ଷ ଡା କୃଷ୍ଣା ଏଲା କହିଛନ୍ତି କମ୍ପାନୀ ଭ୍ୟାକସିନ ପାଇଁ ଲାଇସେନ୍ସ ଆବେଦନ କରିବ । ଯଦି ସବୁକିଛି ଠିକ୍ ରହେ ତେବେ ଅଗଷ୍ଟ ଶେଷ ବେଳକୁ କରୋନା ଭୂତାଣୁ ବୁରୋଧରେ ଲୋକଙ୍କ ପାଇଁ ନାଜାଲ ଭ୍ୟାକସିନ ପ୍ରସ୍ତୁତ ହୋଇଯିବ । ତେବେ ଯଦି କରୋନାର ନୂଆ ଭାରିଆଣ୍ଟ ଆସେ ତେବେ ତା ସହ ଲଢେଇରେ ଏହା ସହାୟତା କରିବ ।