ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ତେବେ କରୋନାରେ ଦେଶରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତା’ର ତଥ୍ୟ ପ୍ରଥମଥର ପ୍ରକାଶ କରିଛି ଚୀନ୍ । ଗତବର୍ଷ ଡିସେମ୍ବରରୁ ଏପର୍ଯ୍ୟନ୍ତ ୫୯ହଜାର ୯୩୮ ଲୋକଙ୍କର କୋଭିଡଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ଏହା ପୂର୍ବରୁ ଚୀନ୍ ଦାବି କରିଆସୁଥିଲା ଯେ ଦେଶରେ ମହାମାରୀ ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ ଦେଢ଼ମାସରେ କରୋନାଜନିତ ମୃତ୍ୟୁ ଦର୍ଶାଉଛି ଯେ ଚୀନରେ ଏହି ମହାମାରୀ କେତେ ବ୍ୟାପକ କ୍ଷତି ପହଂଚାଇଛି । ଚୀନରେ କରୋନାରେ କେତେ ଲୋକଙ୍କ ଜୀବନ ଯାଇଛି, ସେନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ନକରିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମାଲୋଚନା କରିଥିଲା । ଯାହା ପରେ ଚୀନ୍ ମୃତ୍ୟୁ ସଂଖ୍ୟା ସାର୍ବଜନୀନ କରିଛି ।