ଚିହ୍ନଟ ହେଲେ ୨୩ କରୋନା ରୋଗୀ

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ  ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଦୁଇ ଦିନ ତଳେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୪୯ରେ ପହଞ୍ଚିଥିଲା ।  ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣ ଉପରେ କୌଣସି ନୂଆ କେସ୍‌ ଆସିନାହିଁ ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।  କରୋନା ସଂକ୍ରମଣ ବୃଦ୍ଧି ପାଇଁ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସଂଗଠନ ଭାରତ ପାଇଁ ସତର୍କବାଣୀ ଜାରି କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୮୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ୍‌ ପ୍ରଥମ ଡୋଜ୍‌ ଟିକା ମୃତ୍ୟୁହାରକୁ ରୋକିବାରେ ୯୮.୯% ସହାୟକ ହୋଇଥିଲା ।