କୋଭିଡ-୧୯ ଓମିକ୍ରନର ୫ଟି ଲକ୍ଷଣ

କୋଭିଡ-୧୯ ଓମିକ୍ରନର ୫ଟି ଲକ୍ଷଣ

ମେଟ୍ରୋ ଟିଭି ଓଡିଶା,୧୩/୧: ଦେଶରେ କରୋନାର କାୟା ମାଡିବା ସହ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଲାଣି । ବର୍ତ୍ତମାନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଆଉ ଏକ କୋଭିଡ –୧୯ ଭାରିଏଣ୍ଟ ଦେଖିବାକୁ ପାଇଛନ୍ତି, ଯାହାର ନାମ ହେଉଛି ଡେଲ୍ଟାକ୍ରୋନ । ୟୁରୋପର ସାଇସରସ ସିଟିରେ ୨୫ ଜଣ କୋଭିଡ ରୋଗୀଙ୍କ ମଧ୍ୟରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ତେବେ ଓମିକ୍ରନର ଆଉ ଏମିତି କିଛି ନୂଆ ଲକ୍ଷଣ ଦେଖିବାକୁ ମିଳିଛି ଯାହାକି ପୂର୍ବରୁ ଦେଖାଯାଇ ନଥିଲା ।ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ଓମିକ୍ରନର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକର ଯତ୍ନ ନିଆଯାଏ, ତେବେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ ।
ଏହାର ଲକ୍ଷଣ ଗୁଡିକ ହେଲା ; ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ରକ୍ତରେ ଅମ୍ଳଜାନର ଅଭାବ କାରଣରୁ, ନଖ ନୀଳ ରଙ୍ଗ ଓ ମାଟିଆ ହେବା , ଚର୍ମରେ ହଠାତ୍ କୌଣସି ଦାଗ ଦେଖାଯିବା, ଓଠ ନୀଳ ହୋଇଯିବା, ଚର୍ମ କୁଣ୍ଡେଇ ହେବା, ନିଶ୍ୱାସ ନେବାରେ ଅସୁବିଧା , ଥକ୍କା ଲାଗିବା ଏବଂ ଶରୀରରେ ଯନ୍ତ୍ରଣା ହେବା , ରାତି ସମୟରେ ଶୋଇବା ବେଳେ ଦେହରୁ ଝାଳ ବୋହିବା , ଓମିକ୍ରନ୍ର ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ଗଳା ଦର୍ଜ ହେବା, ନାକରୁ ପାଣି ବୋହିବା, ମୁଣ୍ଡ ବିନ୍ଧିବାକ୍ଲାନ୍ତ ଲାଗିବା, ଛିଙ୍କିବା, ଶରୀରରେ କଷ୍ଟ ହେବା, ଆଖିରୁ ପାଣି ଗଡିବା । ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।