କରୋନା ମହାମାରୀରେ ଉବୁଟୁବୁ ହେଲାଣି ବିଶ୍ୱ

କରୋନା ମହାମାରୀରେ ଉବୁଟୁବୁ ହେଲାଣି ବିଶ୍ୱ

ମେଟ୍ରୋ ଟିଭି ବ୍ୟୁରୋ,୮/୧:ବିଶ୍ୱ ଏବେ ସଂକ୍ରମଣର କବଜାରେ ଫସିଗଲାଣି । ବିଶ୍ୱରେ ୩୦କୋଟି ଟପିଲାଣି ସଂକ୍ରମଣ । ଏହି ସଂକ୍ରମଣରେ ପ୍ରଭାବିତ ହେଲାଣି ବହୁ ଦେଶ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଏହି ସଂକ୍ରମଣର ପ୍ରଥମ ସ୍ଥାନରେ ରହିଛି ଓ ଭାରତ ସଂକ୍ରମଣର ଦ୍ୱିତୀୟ ସ୍ଥାନରେ ରହିଛି । ଏଯାଏ ମହାମାରୀରେ ପ୍ରାୟ ୫୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟାରେ ବିଶ୍ୱରେ ୨୫ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭ ହଜାର ଜୀବନ ନେଇଛି କିଲର ଭାଇରସ୍ କରୋନା। ଓମିକ୍ରନ୍ ସଂକ୍ରମଣ ଯୋଗୁ ସଂକ୍ରମିତ ରାଷ୍ଟ୍ର ତାଲିକାର ଶୀର୍ଷରେ ଥିବା ଆମେରିକାରେ ୭ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ପଜିଟିଭ ବାହାରିଛନ୍ତି ।ସେହିପରି ଫାନ୍ସରେ ୨ ଲକ୍ଷ ୬୧ ହଜାର, ଇଟାଲୀରେ ୨ ଲକ୍ଷ ୧୯ ହଜାର, ବ୍ରିଟେନରେ ୧ ଲକ୍ଷ ୮୦ ହଜାର ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୯ ହଜାର ନୂଆ କେସ ବାହାରିଛି ।