ୟୁପିଆଇ ପେମେଣ୍ଟ କରିଦେବ କାଙ୍ଗାଳ

ୟୁପିଆଇ ପେମେଣ୍ଟ କରିଦେବ କାଙ୍ଗାଳ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆଜିକା ସମୟରେ ସମସ୍ତେ କରୁଛନ୍ତି ଡିଜିଟାଲ୍ କାରବାର। ଯଦି ଆପଣ ଡିଜିଟାଲ ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସତର୍କ। ଏମିତିକି ଟଙ୍କା ହରାଇ ଆପଣ କାଙ୍ଗାଳ ବି ହୋଇଯିବେ। ଜାଣନ୍ତୁ, ଡିଜିଟାଲ୍ ପେମେଣ୍ଟ ବେଳେ ଅଜାଣତରେ ହୋଇଥାଏ କଣ କଣ ଭୁଲ୍। ଆପଣ ଯଦି ଡିଜିଟାଲ ପେମେଣ୍ଟ ଆପ- ଗୁଗଲ ପେ, ଫୋନ ପେ ଅଥବା ପେଟିଏମ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ଲାଗି ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ।

ପ୍ରଥମେ ଆପଣ କାହା ସହ ନିଜର ୟୁପିଆଇ ଆଇଡି ଆଡ୍ରେସ ସେୟାର କରନ୍ତୁ ନାହିଁ । ଆପଣଙ୍କ ୟୁପିଆଇ ଆଡ୍ରେସ୍ ହୁଏତ ଫୋନ ନମ୍ବର ହୋଇପାରେ, କ୍ୟୁଆର କୋଡ ଅଥବା ଭର୍ଚୁଆଲ ପେମେଣ୍ଟ ଆଡ୍ରେସ୍ ମଧ୍ୟରୁ କେଉଁଟି ବି ହୋଇପାରେ। ଏଣୁ ଆପଣ କୌଣସି ପୈଠ ବା ବ୍ୟାଙ୍କ ଆପ୍ଲିକେସନ ମାଧ୍ୟମରେ କାହାରିକୁ ନିଜର ୟୁପିଆଇ ଆକାଉଣ୍ଟ ପର‌୍ୟ୍ୟନ୍ତ ପହଞ୍ଚିବାର କେବେ ହେଲେ ଅନୁମତି ଦିଅନ୍ତୁ ନାହିଁ। ସେହିଭଳି ଭେରିଫାଏଡ ହୋଇ ନଥିବା ଲିଙ୍କରେ କେବେ ହେଲେ କ୍ଲିକ୍ କରନ୍ତୁ ନାହିଁ କି ଫେକ କଲ ଆଟେଣ୍ଡ କରନ୍ତୁ ନାହିଁ। ୟୁପିଆଇ ସ୍କାମ ଏକ ସାଧାରଣ ଟେକନିକ୍‌। ୟୁଜରଙ୍କୁ ଫସାଇବା ଲାଗି ହ୍ୟାକରମାନେ ନାନା ଫନ୍ଦି କରନ୍ତି। ଏଥିଲାଗି ପ୍ରାୟତଃ ସେମାନେ ଲିଙ୍କ ସେୟାର କରନ୍ତି ନଚେତ ଫେକ କଲ କରନ୍ତି। ଏମିତିକି ୟୁଜରଙ୍କୁ ଭେରିଫିକେସନ ଲାଗି ଏକ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ କରିବାକୁ କହନ୍ତି। ଏପରି ଲିଙ୍କରେ କେବେ ବି କ୍ଲିକ୍ କରନ୍ତୁନି କି କାହାରିକୁ ନିଜର ପିନ୍ ଅଥବା ଅନ୍ୟ କୌଣସି ତଥ୍ୟ ଦିଅନ୍ତୁ ନାହିଁ।

କେବେହେଲେ ଏକାଧିକ ଆପ୍‌ର ଉପଯୋଗ କରନ୍ତୁ ନାହିଁ। ଏବେ ଅନେକ ଡିଜିଟାଲ ପେମେଣ୍ଟ ଆପ୍ ଉପଲବ୍ଧ ହେଉଛି। ଏଥିରୁ କେଉଁ ଆପ୍ କ୍ୟାସ୍ ବ୍ୟାକ୍ ଓ ପୁରସ୍କାର ଭଳି ଅଧିକ ଲାଭ ଦେଉଛନ୍ତି। ସେପରି ଲୋଭରେ ନ ପଡି ଏକାଧିକ ଆପ୍ ବ୍ୟବହାର ନ କରି କିଛି ସ୍ୱତନ୍ତ୍ର ଆପରେ ଆପଣ ନେଣଦେଣ କରନ୍ତୁ। ଶେଷ କଥାଟି ବଡ଼ ଗୁରୁତ୍ୱପୂର୍ଣ୍ଣ। ନିୟମିତ ବ୍ୟବଧାନରେ ଆପଣ ଆପ ଅପଗ୍ରେଡ କରାଇ ନିଅନ୍ତୁ। ନୂଆ ଅପଡେଟରେ ଉନ୍ନତ ୟୁଆଇ ଓ ନୂଆ ନୂଆ ସୁବିଧା ମଧ୍ୟ ମିଳିଥାଏ। ଆପ୍‌ର ଲାଟେଷ୍ଟ ଭର୍ସନ ଅପଡେଟ ରହିବା ଯୋଗୁ ଆପଣଙ୍କ ଆକାଉଣ୍ଟ ବି ସୁରକ୍ଷିତ ହୋଇଥାଏ।