ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ଆସିଛନ୍ତି । ହ୍ୱାଟ୍ସଆପ୍ ନିକଟରେ ଏହାର ନୂଆ ଫିଚର ଲଞ୍ଚ କରିଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ସେପ୍ଟେମ୍ବର ୧୩ ରେ ୧୫୦ ରୁ ଅଧିକ ଦେଶରେ ହ୍ୱାଟ୍ସଆପ୍ ଚ୍ୟାନେଲ ସୁବିଧା ଲଞ୍ଚ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୧୯ ସେପ୍ଟେମ୍ବରରେ ହ୍ୱାଟ୍ସଆପ୍ ଚ୍ୟାନେଲରେ ଯୋଗ ଦେଇଥିଲେ । ଏହା ପରେ ଗୋଟିଏ ଦିନ ମଧ୍ୟରେ ତାଙ୍କ ଗ୍ରାହକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ତାଙ୍କର ୧୪ ଲକ୍ଷ ଗ୍ରାହକ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଷ୍ଟ ଥିଲା, ‘ହ୍ୱାଟ୍ସଆପ୍ ସମୁଦାୟରେ ଯୋଗଦେଇ ଉତ୍ସାହିତ । ଆମର ଚାଲୁଥିବା ସଂଳାପର ଯାତ୍ରାରେ ଏହା ଆଉ ଏକ ପଦକ୍ଷେପ । ଚାଲ ଏଠାରେ ଯୋଗଦେବା । ଏହା ହେଉଛି ନୂଆ ସଂସଦ ଭବନରୁ ନିଆଯାଇଥିବା ଚିତ୍ର ।’ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ :-
ଖାସ୍ କଥା ହେଉଛି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ପିଏମ ମୋଦୀଙ୍କର ୯ କୋଟିରୁ ଅଧିକ ଫଲୋର୍ସ ଅଛନ୍ତି । ଯେତେବେଳେ କି, ଫେସବୁକରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୫ କୋଟି । ଇନଷ୍ଟାଗ୍ରାମରେ ୭ କୋଟିରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post