ଆଜିକାଲି କୌଣସି ପ୍ରକାର ସର୍ଭିସ୍ ପାଇବାକୁ ହେଲେ ବି କ୍ୟୁଆର୍ କୋଡ୍ ସ୍କାନ କରିବାକୁ ପଡୁଛି । କିନ୍ତୁ କୌଣସି କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଏହା ଯଦି ଏକ ସ୍କାମ ବୋଲି ଜଣାପଡେ ତେବେ ? ଅର୍ଥାତ୍ ଏକ କୋଡ୍ ସ୍କାନ ଆପଣଙ୍କ ସମସ୍ତ ଡାଟାକୁ ଆକ୍ସେସ କରିନେଇପାରେ । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ ।ସାଇବର ଠକ ବା ସ୍କାମର୍ସ ଲୋକଙ୍କୁ କ୍ୟୁଆର୍ କୋଡ୍ ଇମେଲ୍ ପଠାଇ ଠକିବାର ନୂଆ ଉପାୟ ଆପଣାଇଛନ୍ତି । କେବଳ ଇମେଲ୍ ନୁହେଁ ଅନ୍ୟ ଉପାୟରେ ବି ସ୍କାମର୍ସ ଲୋକଙ୍କୁ ଠକୁଛନ୍ତି । ଏହି କ୍ୟୁଆର୍ କୋଡ୍ ଫିଶିଂ ଲିଙ୍କ ଓ ସ୍କାମ୍ ପେଜ୍ରୁ ଇନକୋଡେଡ୍ ହୋଇଥାଏ । ଯେତେବେଳେ କୌଣସି ୟୁଜର ଏହି କୋଡ୍କୁ ସ୍କାନ କରିଥାଏ ସେତେବେଳେ ସେ ସ୍କାମର ଶିକାର ହୋଇଥାଏ । ବହୁ ମାମଲାରେ ସ୍କାମର ଗିଫ୍ଟ ଓ ରିଟର୍ଣ୍ଣ ନାମରେ ବି ଲୋକଙ୍କୁ ଫସାଇଥାନ୍ତି ।ଯେତେବେଳେ କୌଣସି ୟୁଜର ଏହି ଗିଫ୍ଟ କିମ୍ବା ରିଟର୍ଣ୍ଣ ଲାଗି କୋଡ୍କୁ ସ୍କାନ କରିଥାଏ ସେତେବେଳେ ତାକୁ ପାସୱାର୍ଡ ଏଣ୍ଟର କରିବାକୁ ପଡିଥାଏ । ଏହି ସମୟରେ ସେ ସ୍କାମର ଶିକାର ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କୁ କୌଣସି ଗିଫ୍ଟ ତ ମିଳି ନ ଥାଏ ଅପରପକ୍ଷେ ଆପଣଙ୍କ ଆକାଉଣ୍ଟରୁ ପଇସା କଟିଯାଏ । ସ୍କାମର ଲୋକଙ୍କୁ ଫସେଇବା ଲାଗି ଏମାନଙ୍କ କ୍ୟୁଆର୍ କୋଡ୍ କୁ ଦୋକାନ କିମ୍ବା ଅନ୍ୟ ଯାଗାରେ ଲଗାଇ ଦେଇଥାନ୍ତି ।
ଆମେରିକୀୟ ଏଜେନ୍ସୀ FBI କିଛି ଦିନ ପୂର୍ବରୁ ଏପରି ସାଇବର ଠକମାନଙ୍କୁ ନେଇ ଏକ ସତର୍କତା ଜାରି କରିଛି । FBI କହିଛି ବହୁ ସମୟରେ ସ୍କାମର୍ସ ଅସଲି କ୍ୟୁଆର୍ କୋଡ୍ ଯାଗାରେ ନକଲି କୋଡ୍ ଲଗାଇ ଦେଇଥାଏ । ସରକାର ଓ ସାଇବର ସିକ୍ୟୁରିଟି କମ୍ପାନୀ ଲଗାତର ଲୋକମାନଙ୍କୁ ଏହିପ୍ରକାର ସ୍କାମ୍ ବିରୁଦ୍ଧରେ ସଚେତନ କରିଆସୁଛନ୍ତି ।ଇଣ୍ଟରନେଟ୍ ଦୁନିଆରେ ଆପଣ ସାବଧାନ ଓ ସତର୍କ ରହିଲେ ଏହି ସ୍କାମରୁ ରକ୍ଷା ପାଇପାରିବେ । କ୍ୟୁଆର୍ କୋଡ୍ ସହିତ ଆସୁଥିବା କୌଣସି ଇମେଲ୍ ଏହାର ପ୍ରଥମ ସଂକେତ ହୋଇଥାଏ । କୌଣସି ଇମେଲ୍ରେ ଆପଣଙ୍କୁ କ୍ୟୁଆର୍ କୋଡ୍ ନଜର ଆସିଲେ ଏହା ବହୁତ ବିପଦପୂର୍ଣ୍ଣ । ଲୋକଙ୍କ ବ୍ୟସ୍ତତାର ଫାଇଦା ଉଠାଇ ସେମାନେ ସର୍ଭିସ ଏକ୍ସପାୟାର ପରି ମେସେଜ୍ ପଠାଇଥାନ୍ତି । କୌଣସି ଇମେଲ୍କୁ ବିଶ୍ୱାସ କରିବା ପୂର୍ବରୁ ଏହାକୁ ଠିକ୍ ଭାବରେ ଯାଞ୍ଚ କରନ୍ତୁ । ସେହିପରି କୌଣସି ଦୋକାନରେ କ୍ୟୁଆର୍ କୋଡ୍ ସ୍କାନ କରିବା ସମୟରେ ବ୍ୟସ୍ତ ହୁଅନ୍ତୁ ନାହିଁ । କୌଣସି କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଦେଖନ୍ତୁ ଏହା କାହା ନାମରେ ରହିଛି । ଯଦି ଏହା ଦୋକାନୀ ନାମରେ ରହିଛି ତେବେ ପେମେଣ୍ଟ କରନ୍ତୁ ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post