ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟ ପ୍ରଥମ ଥର ପାଇଁ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାର ବୁଧବାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର କାରବାର ବୁଧବାର ପ୍ରଥମ ଥର ପାଇଁ ଘରୋଇ ଶେୟାର ବଜାରରେ ନୂଆ କୀର୍ତ୍ତିମାନ ହାସଲ କରିଛି। ଚଳିତ ସପ୍ତାହର ତୃତୀୟ କାର୍ଯ୍ୟ ଦିବସ ରେ ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସକ୍ସ ୦.୩୦% କାରବାର ସହିତ ୮୫,୧୭୦ ଅଙ୍କରେ ରହିଥିଲାବେଳେ ଏନ୍ଏସ୍ଇ ନିଫ୍ଟି ୦.୨୫% କାରବାର ସହ ୨୬,୦୦୪ ଅଙ୍କରେ କାରବାର ବନ୍ଦ କରିଥିଲା।
ଅପରପକ୍ଷରେ ବୁଧବାର ପ୍ରାରମ୍ଭରୁ ଉଭୟ ବିଏସ୍ଇ ଏବଂ ଏନ୍ଏସ୍ଇର କାରବାର ସବୁଜ ରଙ୍ଗରୁ ଆରମ୍ଭ ହୋଇ ସେହି ସବୁଜ ରଙ୍ଗରେ କାରବାର ବନ୍ଦ ହୋଇଥିଲା। ଏପରିକି କାରବାର ପ୍ରାରମ୍ଭରେ ସେନ୍ସେକ୍ସ ପ୍ରାୟ ୩୩୩ ପଏଣ୍ଟ (୩୩୩.୩୮) ବା ୦.୩୯% ବୃଦ୍ଧି ଘଟି ୮୫,୨୪୭.୪୨ ଅଙ୍କରେ ପହଞ୍ଚତ୍ ଯାଇଥିଲାବେଳେ ନିଫ୍ଟିର କାରବାର ୯୨.୪ ପଏଣ୍ଟ ବା ୦.୩୫% ବୃଦ୍ଧି ହୋଇ ୨୬,୦୩୨.୮୦ ଅଙ୍କ ଛୁଇଁଥିଲା।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post