ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ

ଡିଜିଟାଲ ଯୁଗରେ ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ । ଯେଉଁଥିରେ କୌଣସି ଶିକ୍ଷାଗତ ଯୋଗ୍ୟତା ଦରକାର ପଡେନି । ନିଜ ନିଜର ଦକ୍ଷତା ବଳରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ୟୁଟ୍ୟୁବର୍ସ । ରିପୋର୍ଟ କହୁଛି ପ୍ରାୟ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ ଯୋଗୁଁ ରୋଜଗାର ପାଇଛନ୍ତି । ସେଥିରେ ୬୫ ପ୍ରତିଶତ ଯୁବପିଢୀ କଣ୍ଟେଣ୍ଟ କ୍ରିଏଟର ଭାବରେ ରୋଜଗାର କରୁଛନ୍ତି । କେବଳ ସେତିକି ନୁହେଁ ବଡ ପଦବୀରେ ଚାକିରୀ କରୁଥିବା କିଛି କର୍ମଚାରୀ ମଧ୍ୟ ନିଜର ଚାକିରୀ ଛାଡି ୟୁଟ୍ୟୁବରେ ଟଙ୍କା ରୋଜଗାର କରିବା ପନ୍ଥା ଆପଣାଇଛନ୍ତି । ଲଣ୍ଡନର ନିଶ୍ଚ ଶାହ ନାମକ ଜଣେ ବ୍ୟାଙ୍କର ନିଜର ୨ କୋଟିର ଚାକିରୀ ଛାଡି ୟୁଟ୍ୟୁବରେ ଭିଡିଓ କରିବା ଆରମ୍ଭ କରିଥିଲେ । ଏବେ ସେ ୟୁଟ୍ୟୁବରୁ ନିଜ ଚାକିରୀ ଅପେକ୍ଷା ଅଧିକ ଦୁଇଗୁଣା ରୋଜଗାର କରୁଥିବା କହିଛନ୍ତି । ଏବଂ ଏଥିରୁ ସେ ଖୁବ ଖୁସି ମଧ୍ୟ ହେଉଥିବା କହିଛନ୍ତି । ବର୍ଷକୁ ପ୍ରାୟ ୮ କୋଟି ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି । ତେବେ ୟୁଟ୍ୟୁବରେ ଅନେକ ଜଣ ନିଜର କଣ୍ଟେଣ୍ଟ କ୍ରିଏସନ କରୁଥିବା ବେଳେ କିଛିଜଣ ଅଧିକ ଟଙ୍କା ରୋଜଗାର କରିଥଆନ୍ତି, ତ କିଛିଜଣ ପଛରେ ରହିଯାଇଥାନ୍ତି । ଏବେ କିପରି ସହଜରେ ଟଙ୍କା ରୋଜଗାର କରିବେ, ତାହା ସମସ୍ତଙ୍କ ମନକୁ ପ୍ରଶ୍ନ ଆସେ । ତେବେ ୟୁଟ୍ୟୁବରେ ନିଜର କଣ୍ଟେଣ୍ଟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଥମେ ଆପଣଙ୍କୁ ପ୍ରଥମେ ନିଜର ରୁଚି ଅନୁଯାୟୀ ଚ୍ୟାନେଲ ତିଆରି କରିବାକୁ ପଡିବ । ଫିଟନେସ, ଯୋଗ, ରୋଷେଇ, ପାଠପଢା ଭଲି କଣ୍ଟେଣ୍ଟ ଉପରେ ଭିଡିଓ କରିବା ଆରମ୍ଭ କରନ୍ତୁ । ଯଦି ସେ ବିଷୟବସ୍ତୁ ଆପଣଙ୍କୁ କରିବାକୁ ଭଲ ଲାଗୁଛି , ତେବେ ଏହା ନିଶ୍ଚିତ ଲୋକଙ୍କ ପାଖରେ ପହଞ୍ଚିବ ।

ପ୍ରଥମେ ଭିଡିଓ ମନିଟାଇଜ କରି ଏହାକୁ ଆଡ୍ ସେନସ୍ ସହିତ ଲିଙ୍କ କରି ଆପଣ ପ୍ରତ୍ୟେକ କ୍ଲିକରେ ୨୫ ପଇସା ପାଇପାରିବେ ।ଲୋକଙ୍କ ପାଖରେ ଏହା ପହଞ୍ଚିବାକୁ ହେଲେ କୌଣସି ଟ୍ରେଣ୍ଡିଂ ବା କରେଣ୍ଟ ଇସ୍ୟୁ ଉପରେ ଭିଡିଓ ବନେଇବେ । ଏବଂ ଏଥିରେ ଟ୍ରେଣ୍ଡିଂ କି ୱାର୍ଡ ଏବଂ ଟାଇଟେଲ ରହିବ । ଯାହାଦ୍ବାରା ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ । ଅନେକ ଲୋକ ୟୁଟ୍ୟୁବର ଥମନେଲରୁ ହିଁ ଭିଡିଓକୁ କ୍ଲିକ କରିବାକୁ ପସନ୍ଦ କରନ୍ତି । ତେଣୁ ଆପଣଙ୍କୁ ଥମନେଲକୁ ଆଖିଦୃଶିଆ ରଖିବା ଦରକାର । ଯାହା ଦର୍ଶକଙ୍କୁ ଆପଣଙ୍କ କଣ୍ଟେଣ୍ଟ ଦେଖେଇବାକୁ ବାଧ୍ୟ କରିବ ।ଏବଂ ନିଜ ଭିଡିଓକୁ ଯେତେ ଅଧିକରୁ ଅଧିକ ଅନ୍ୟ ପ୍ଲାଟଫର୍ମରେ ପଠାଇ ପାରିବେ , ତାହେଲେ ଆପଣଙ୍କ ସବସ୍କ୍ରାଇବର ବଢିବାରେ ସହାୟକ ହେବ । ସବୁଠୁ ମୁଖ୍ୟ ଜିନିଷ ହେଉଛି ଭିଡିଓର କ୍ବାଲିଟି ଏବଂ କ୍ଲାରିଟି । ଭିଡିଓ ସୁଟିଂର ସ୍ଥାନ ସେତିକି ସୁନ୍ଦର ହେବା ନିହାତି ଦରକାର । ଯାହା ଦ୍ବାରା ଦର୍ଶକଙ୍କୁ ଆପଣଙ୍କ ଭିଡିଓ ଦେଖିବାକୁ ଭଲ ଲାଗିବ ।ସେହପରି ଭିଡିଓ ୧୦ ମିନିଟରୁ ଅଧିକ କରିବାକୁ ଚେଷ୍ଟା କରିବେ । କାରଣ ୟୁଟ୍ୟୁବର ଆଲଗୋରିଦିମ ଅନୁସାରେ ସାଧାରଣତଃ ୧୦ ମିନିଟରୁ ଅଧିକ ଭିଡିଓ ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିଥାଏ । ଯେତେବେଳେ ପ୍ରଥମେ ଆପଣ ଶୂନ ସବସ୍କ୍ରାଇବରରୁ ଆରମ୍ଭ କରିବେ ଆପଣ ଚାହିଁଲେ ସବସ୍କ୍ରାଇବର କିଣିପାରିବେ ।