ବଢିଲା ଗ୍ୟାସ ଦର

ଆଜିଠୁ ଦେଶରେ କେତେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। କର୍ମସିଆଲ ଗ୍ୟାସ  ଦରଠୁ ଆରମ୍ଭ କରି ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ସହିତ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ତେବେ ଜାଣିରଖନ୍ତୁ ଏହାର ସମସ୍ତ ବଦଳିଥିବା ନିୟମ ବିଷୟରେ

-ବଢିଲା କର୍ମସିଆଲ ଗ୍ୟାସ ଦର
-୧୯ କିଲୋଗ୍ରାମ ସିଲିଣ୍ଡର ଦରରେ ୪୯ ଟଙ୍କା ବୃଦ୍ଧି
-ଆଧାର ନମ୍ବର ସ୍ଥାନରେ ଆଧାର ଏନରୋଲମେଣ୍ଟ୍ ନମ୍ବର ଉଲ୍ଲେଖ କରିବା ସୁବିଧା ବନ୍ଦ ହେବ
-ଆୟକର ଦାଖଲ ବେଳେ ପାନ୍ କାର୍ଡରେ ଆଧାର ଏନରୋଲମେଣ୍ଟ ଆଇଡି ଦେବାକୁ ପଡ଼ିବନି
-ପିଏଫ, ସୁକନ୍ୟା ସମୃଦ୍ଧି ଭଳି ସ୍ବଳ୍ପ ସଞ୍ଚୟ ସ୍କିମର ନୂତନ ସୁଧହାର ଲାଗୁ ହେବ
-ଆୟ ଉତ୍ସରୁ ଟିକସ ନିୟମରେ ବଜେଟରେ କରାଯାଇଥିବା ପରିବର୍ତ୍ତନ ଲାଗୁ ହେବ
-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଣ୍ଡ୍ ଉପରେ ୧୦ ପ୍ରତିଶତ ଟିଡିଏସ ଲାଗିବ
-ଜୀବନ ବୀମା ପଲିସି, ଘରଭଡା ଆଦି ଉପରେ ଟିଡିଏସ ବଦଳିବ
-ଫ୍ୟୁଚର ଆଣ୍ଡ ଅପସନସ୍ ପାଇଁ ପ୍ରତିଭୂତି କାରବାର ଟିକସରେ ହୋଇଥିବା ବୃଦ୍ଧି ଲାଗୁ ହେବ
-ପ୍ରତ୍ୟକ୍ଷ ଟିକସ ବିବାଦ ସେ ବିଶ୍ବାସ ସ୍କିମ୍ ଆରମ୍ଭ ହେବ
-ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ, ଏଚଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ଓ ପିଏନବିର ଶୁକ୍ଲରେ କେତେକ ପରିବର୍ତ୍ତନ ଲାଗୁ ହେବ