ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ  ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ ସର୍ବନିମ୍ନ ଆକଳନ। ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ହେତୁ ଖୁଚୁରା ମୁଦ୍ରାସ୍ଫୀତିରେ ଏହି ହ୍ରାସ ଘଟିଛି।  କ୍ରମାଗତ ଦ୍ୱିତୀୟ ମାସ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ ଏହାର ସହନଶୀଳତା ବ୍ୟାଣ୍ଡ ୪ ପ୍ରତିଶତ ତଳେ ରହିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆର୍‌ବିଆଇ) ପାଇଁ ଏହା ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।
ସୂଚନା ଥାଉକି, ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୬୬ ପ୍ରତିଶତ ରହିଛି ଯାହାକି ଜୁଲାଇରେ ୫.୪୨ ପ୍ରତିଶତ ଥିଲା। ଜୁଲାଇ ତୁଳନାରେ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୩ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୯୩ ପ୍ରତିଶତ ଥିଲା । ଖୁଚୁରା ମୁଦ୍ରାସ୍ଫୀତିର ତଥ୍ୟ ପ୍ରକାଶକରି ପରିସଂଖ୍ୟାନ ମନ୍ତ୍ରଣାଳୟ କହିଛି ,  ୨୦୨୪ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି  ୨୦୨୩ ଜୁନ୍‌ ପରଠାରୁ ସର୍ବନିମ୍ନ ।