ଜୁନ୍ ୪ରେ ନିର୍ବାଚନ ଫଳ ପ୍ରକାଶ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଶାସନ ଭାର ମିଳିଛି। ଏଥି ସହିତ ଭାରତରୁ ମୁହଁ ଫେରାଇଥିବା ବିଦେଶୀ ନିବେଶକମାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇଛି।ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ଜୁନ୍ ୨୧ ସୁଦ୍ଧା ଭାରତୀୟ ଷ୍ଟକ୍ ବଜାରରେ ୧୨,୧୭୦ କୋଟି ଟଙ୍କା ନିବେଶ କରିଛନ୍ତି। ଚଳିତ ମାସର ପ୍ରଥମ ସପ୍ତାହରେ ସେମାନେ ୧୪,୭୯୪ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। କିନ୍ତୁ ଦ୍ବିତୀୟ ସପ୍ତାହ ବେଳକୁ ସେଥିରେ ସୁଧାରର ସଙ୍କେତ ସ୍ପଷ୍ଟ ବାରି ହୋଇପଡ଼ିଥିଲା। କାରଣ ସେହି ସପ୍ତାହରେ ସେମାନେ ୩୦୬୪ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ଜାନୁଆରିରେ ବିଦେଶୀ ନିବେଶକମାନେ ୨୫,୭୭୪ କୋଟି ଟଙ୍କା, ଏପ୍ରିଲ୍ରେ ୮,୬୭୧ କୋଟି ଟଙ୍କା ଏବଂ ମେ’ରେ ସର୍ବାଧିକ ୨୫,୫୮୬ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। କିନ୍ତୁ ଫେବ୍ରୁଆରି ମାସରେ ସେମାନେ ୧୫୩୯ କୋଟି ଟଙ୍କାର ସେୟାର ଏବଂ ମାର୍ଚ୍ଚରେ ୩୫,୦୯୮ କୋଟି ଟଙ୍କାର ସେୟାର କିଣିଥିଲେ।ଜିଓଜିତ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ମୁଖ୍ୟ ନିବେଶ ଅଧିକାରୀ ଭି କେ ବିଜୟକୁମାର କହିଛନ୍ତି ଯେ ଯେଉଁଠାରେ ମୂଲ୍ୟ ଅଧିକ ସେହି ଷ୍ଟକ୍ଗୁଡ଼ିକୁ ବିଦେଶୀ ନିବେଶକମାନେ ବିକ୍ରି କରୁଥିବା ବେଳେ କମ୍ ମୂଲ୍ୟର ଷ୍ଟକ୍କୁ କିଣୁଛନ୍ତି। ଏହି ରଣନୀତି ନେଇ ସେମାନେ ଏବେ ଆଗକୁ ବଢ଼ୁଛନ୍ତି। ବିଦେଶୀ ନିବେଶକମାନେ ଭାରତର ଆର୍ଥିକ ସେବା, ଟେଲିକମ୍, ରିଅଲ୍ ଇଷ୍ଟେଟ୍, ଏଫ୍ଏମ୍ସିଜି, ଆଇଟି, ଧାତବ, ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକର ସେୟାର କିଣୁଛନ୍ତି। ମୋଦୀ ସରକାରଙ୍କ ତୃତୀୟ ପାଳିରେ ସଂସ୍କାର ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ବିଦେଶୀ ନିବେଶକମାନଙ୍କ ଭିତରେ ଧାରଣା ସୃଷ୍ଟି ହୋଇଛି।
Trending
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
- ଆଜି ଠାରୁ ଆରମ୍ଭ ହେଉଛି କାଳୀପୂଜା, ଉତ୍ସବମୂଖର ଭଦ୍ରକ ସହର
- ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ମିଳିଲା ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ
- ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୨୬ ଲକ୍ଷ ଦୀପରେ ଝଲସି ଉଠିଛି ଅଯୋଧ୍ୟା ସହର
Prev Post
Next Post