ଫାଷ୍ଟ୍ୟାଗକୁ ନେଇ ନୂଆ ନିୟମ ଜାରି କଲା ଆରବିଆଇ
ଆରବିଆଇ ପକ୍ଷରୁ ଫାଷ୍ଟ୍ୟାଗ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆସିଛି । ଏଣିକି ଫାଷ୍ଟ୍ୟାଗ ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ନୂଆ ନିୟମ ଅନୁସାରେ, କିଛି ସେବା ଯେପରିକି ଫ୍ୟାଷ୍ଟ୍ୟାଗ ଓ ନ୍ୟାସନାଲ କମସ ମୋବିଲିଟି କାର୍ଡ (ଏନସିଏମସି)ର ଅଟୋ-ରିପ୍ଲେନିଶମେଣ୍ଟରେ କୌଣସି ପ୍ରି-ଡେବିଟ ନୋଟିଫିକେସନ ଜାରି ହେବ ନାହିଁ । ଏଥିସହିତ ଆରବିଆଇ ଫାଷ୍ଟ୍ୟାଗ ଓ ଏନସିଏମସିକୁ ଇ-ମେଣ୍ଡେଟ ଫ୍ରେମୱାର୍କରେ ସାମିଲ କରିଛି ।ଇ-ମେଣ୍ଡଟ ଫ୍ରେମୱାର୍କକୁ ଗତ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା । ଏହି ପେମେଣ୍ଟ ସିଷ୍ଟମରେ ଆମାଉଣ୍ଟ ଧାର୍ଯ୍ୟ ଲିମିଟଠାରୁ କମ୍ ହେବା କ୍ଷଣି ଗ୍ରାହକଙ୍କ ଆକାଉଣ୍ଟରୁ ଅର୍ଥ ଆପେଆପେ ସେଥିରେ ଯୋଡ଼ି ହୋଇଯିବ । ଏହାର ଅର୍ଥ ହେଉଛି ଏଣିକି ଫାଷ୍ଟ୍ୟାଗ ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାର ଆବଶ୍ୟକତା ପଡ଼ିବନି । ଆରବିଆଇ ସର୍କୁଲାର ମୁତାବକ, ଗ୍ରାହକଙ୍କ ଦ୍ୱାରା ଧାର୍ଯ୍ୟ ସୀମାରୁ କମ୍ ବାଲାନ୍ସ ହେଲେ ଫାଷ୍ଟ୍ୟାଗ ଓ ଏନସିଏମସିରେ ବାଲାନ୍ସ ଆଟୋ-ରିପ୍ଲେନିଶମେଣ୍ଟ ଟ୍ରିଗର ହୋଇଯିବ ।୨୦୧୯ରେ ପ୍ରଥମ ଥର ଇ-ମେଣ୍ଡେଟ ଫ୍ରେମୱାର୍କ ଅଣାଯିବା ପରେ ଅନେକ ସର୍କୁଲାର ଆଗତ କରାଯାଇଥିଲା । ଗ୍ରାହକଙ୍କୁ ସେମାନଙ୍କର ଆକାଉଣ୍ଟରୁ ଆସୁଥିବା ଡେବିଟର ଆଡଭାନ୍ସ ସୂଚନା ଦେଇ ସେମାନଙ୍କର ସୁରକ୍ଷା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ୨୦୧୯ରେ ଆରବିଆଇ ପକ୍ଷରୁ କୁହାଯାଇଥିଲା, ଏହା ବିପଦକୁ କମ୍ କରିବା ସହ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବ । ଏହା କାର୍ଡଧାରୀଙ୍କୁ ବାସ୍ତବିକତା ଶୁଳ୍କ/ ଡେବିଟ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଏକ ପ୍ରି-ଟ୍ରାଞ୍ଜାକସନ ନୋଟିଫିକେସନ ପଠାଇବ ।