ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କକୁ ନେଇ ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଥିବା ବେଳେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ମନରେ ରହିଥିବା ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ୩୦ଟି ପ୍ରଶ୍ନର ଉତ୍ତର ସେଥିରେ ଦିଆଯାଇଛି। ଚଳିତ ମାସ ୨୯ ପରଠାରୁ ପେଟିଏମ୍ ବ୍ୟାଙ୍କ ଖାତାରେ ଜମା ଓ ଉଠାଣ ବନ୍ଦ ହେବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟ ସୀମାକୁ ଆଜି ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ ବ୍ୟାଙ୍କର ଖାତାରେ କାରବାର କରିବା ସମ୍ଭବ ହେବନାହିଁ। ଖାତାରେ ଥିବା ବାଲାନ୍ସକୁ ବ୍ୟବହାର କରିହେବ। ସେଥିରେ କୌଣସି ପ୍ରକାରର ନୂଆ ପାଣ୍ଠି ଜମା କରାଯାଇପାରିବନି। ଏଭଳିକି ବେତନ ଓ ସବ୍ସିଡି ବି ଜମା ହୋଇପାରିବନି। ଚଳିତ ବର୍ଷ ମାର୍ଚ୍ଚ ୧୫ ପରେ ପେଟିଏମ୍ ବ୍ୟାଙ୍କର ଗ୍ରାହକମାନେ ଖାତାରେ ଥିବା ବାଲାନ୍ସ ଓ ନିଜ ପାଖରେ ଥିବା ଡେବିଟ୍ କାର୍ଡକୁ ପୂର୍ବଭଳି ବ୍ୟବହାର କରିପାରିବେ। କିନ୍ତୁ ସେଥିରେ କୌଣସି ପ୍ରକାର ଟଙ୍କା ଜମା ହୋଇପାରିବନି। ଏଭଳିକି ବେତନ ଓ ସବ୍ସିଡି ରାଶି ମଧ୍ୟ ମାର୍ଚ୍ଚ ୧୫ ପରେ ଖାତାରେ ଜମା ହୋଇପାରିବନି। ଅସୁବିଧା ଏଡ଼ାଇବା ଲାଗି ଗ୍ରାହକମାନେ ନିଜ ଖାତାକୁ ଅନ୍ୟ ବ୍ୟାଙ୍କରେ ଲିଙ୍କ୍ କରାଇପାରିବେ। ବିଦ୍ୟୁତ ବିଲ୍ କିମ୍ବା ସେଭଳି କୌଣସି ୟୁଟିଲିଟି ବିଲ୍ ଯଦି ସ୍ବୟଂକ୍ରିୟ ଭାବେ ପେଟିଏମ୍ ବ୍ୟାଙ୍କ ଖାତାରୁ କଟୁଥିଲା, ସେହି ସୁବିଧା ମାର୍ଚ୍ଚ ୧୫ ପରେ ବନ୍ଦ ହୋଇଯିବ। ଓଟିଟି ମାସିକ ସବସ୍କ୍ରିପ୍ସନ୍ ଫି’, ଋଣର ମାସିକ କିସ୍ତି (ଇଏମ୍ଆଇ) ସ୍ବୟଂକ୍ରିୟ ଭାବେ କଟିବା ସୁବିଧା ପେଟିଏମ୍ ବ୍ୟାଙ୍କ ଖାତାରେ ବାଲାନ୍ସ ଥିବା ପର୍ଯ୍ୟନ୍ତ ଜାରି ରହିବ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post