ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ପଡିଛି। ଫଳରେ କ୍ରମାଗତ ଭାବେ ଘରୋଇ ଶେୟାର ବଜାରର କାରବାରରେ ହ୍ରାସ ଘଟୁଛୁ। ଚଳିତ ସପ୍ତାହର ଶେଷ ଦିନରେ ବଡ ଧରଣର ହ୍ରାସ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) କାରବାରରେ ଦେଖିବାକୁ ମିଳିଛି। ଏପରିକି ଦିନକରେ ପୁଞ୍ଜିବଜାରର ନିବେଶକ ପ୍ରାୟ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ, ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ୧.୨୪%ର କାରବାର ସହ ୮୧,୧୮୩.୯୩ ଅଙ୍କରେ ଥିଲାବେଳେ ଏନ୍ଏସ୍ଇ ନିଫ୍ଟରେ ୧.୧୭% କାରବାର ସହ ୨୪,୮୫୨.୧୫ ଅଙ୍କରେ ଶେଷ କରିଥିଲା। ଫଳରେ ଶୁକ୍ରବାରର କାରବାର ଶେଷ ସୁଦ୍ଧା ପୁଞ୍ଜି ବଜାର ୫,୪୯,୯୨୫.୧୬ କୋଟି ଟଙ୍କା ହ୍ରାସ ପାଇ ୪,୬୦,୧୮,୯୭୬.୦୯ କୋଟିରେ ପହଞ୍ଚତ୍ଛି। ସେହିଭଳି ଚଳିତ ସପ୍ତାହର ଶେଷ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ସର୍ବାଧିକ କ୍ଷତି ସହିଥିବାବେଳେ ବ୍ୟାଙ୍କ ଏବଂ ଅଟୋ ଶିଳ୍ପ ଭଳି ନିବେଶକମାନେ ବଡ ଧରଣର ନିବେଶ ହରାଇଛନ୍ତି।
Trending
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Prev Post
Next Post