ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୨୦୩ (୨୦୨.୮୦) ପଏଣ୍ଟ କମି ୮୨,୩୫୩(୮୨,୩୫୨.୬୪) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୮୧ (୮୧.୧୫) ପଏଣ୍ଟ ହ୍ରାସ ଘଟି ୨୫,୧୯୯ (୨୫,୧୯୮.୭୦) ଅଙ୍କରେ କାରବାର ଶେଷ କରିଥିଲା। ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସର ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନ୍ଏସ୍ଇ ନିଫ୍ଟି ମିଡକ୍ୟାପ,ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ହ୍ରାସ ଘଟିଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post