ଟୋଲ୍ ପ୍ଲାଜାରେ ଆଉ ଅଟକିବନି ଗାଡ଼ି
ଦେଶରେ ଗାଡ଼ିଗୁଡ଼ିକରୁ ସାଟେଲାଇଟ୍ ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥାକୁ ମଞ୍ଜୁରି ମିଳିଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାତୀୟ ରାଜପଥ ଫି ନିୟମରେ ପରିବର୍ତ୍ତନ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଟୋଲ୍ ଆଦାୟ ପାଇଁ ବର୍ତ୍ତମାନ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍), ଗ୍ଲୋବାଲ ପୋଜିସନିଂ ସଷ୍ଟମ୍ (ଜିପିଏସ୍) ଏବଂ ଅନ୍ ବୋର୍ଡ ୟୁନିଟ୍ସ (ଓବିୟୁ)ର ବ୍ୟବହାର କରାଯିବ। ଏସବୁ ଉପାୟରେ ଟୋଲ୍ ଫି ଆଦାୟ କରାଯିବ। ପ୍ରଥମ ୨୦ କିମି ଯାତ୍ରା ଉପରେ କୌଣସି ଶୁଳ୍କ ଆଦାୟ ହେବନାହିଁ। ଏହାପରେ ଟୋଲ୍ ରାସ୍ତାରେ ଗାଡ଼ି ଯେତିକି କିଲୋମିଟର ଯିବ ସେହି ଅନୁସାରେ ଟୋଲ୍ ଫି ଆଦାୟ ହେବ। ତେବେ ବର୍ତ୍ତମାନ ଫାସ୍ଟ୍ୟାଗ୍ରେ ଯେଭଳି ଫି ଆଦାୟ କରାଯାଉଛି ତାହା ଜାରି ରହିବ।