ଜିଏସ୍ଟି କୁ ପୁରିଲା ୫ ବର୍ଷ

ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :

ପୁଣି ବଢ଼ିବ ଦରଦାମ । ଜିଏସ୍ଟି ପ୍ରଣୟନର ୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଲାଗିପାରେ ବଡ଼ ଝଟକା । ଜିଏସ୍ଟି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ପରିବର୍ତ୍ତନରେ ଟ୍ୟାକ୍ସ ସ୍ଲାବ, ଜିଏସଟି ବ୍ରାକେଟ ସାମିଲ୍ ରହିଛି । ଏହାଛଡ଼ା ରାଜ୍ୟଙ୍କୁ ମିଳୁଥିବା ଜିଏସଟି କ୍ଷତିପୂରଣ ମଧ୍ୟ ବନ୍ଦ ହୋଇଯିବ ।

ଜିଏସଟି ଲାଗୁ ହେବାକୁ ୫ ବର୍ଷ ବିତିବାକୁ ଯାଉଛି । ତଥାପି ଏହି ବ୍ୟବସ୍ଥାକୁ ଅନେକ ଜଟିଳ କହୁଛନ୍ତି । ଜିଏସଟି ପ୍ରଣୟନ ପରେ ଏଥିରେ ଅନେକ ପରିବର୍ତ୍ତନ ଆସି ସାରିଲାଣି । ଆଉ ଲୋକଙ୍କ ଦାବି ହେଉଛି ଜିଏସଟି ସ୍ଲାବ କମ୍ ହେଉ । ଏବେ ଜିଏସଟିରେ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତ ୪ଟି ସ୍ଲାବ୍ ରହିଛି । ସରକାର ଏବେ ଏହାକୁ ହ୍ରାସ୍ କରି ୩ଟି ସ୍ଲାବ କରିବାକୁ ପ୍ରସ୍ତୁତ ହେଉଛନ୍ତି ।