ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାରରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ମଧ୍ୟ ନୂଆ ମାଇଲଖୁଣ୍ଟ ସହ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷ କରି ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ଅଲ୍ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର ୮୦,୦୭୪ ଅଙ୍କରେ ପହଞ୍ଚତ୍ଥିଲାବେଳେ ଏନ୍ଏସ୍ଇ ନିଫି୍ଟ ମଧ୍ୟ ୨୪,୩୦୦ ଅଙ୍କର ନିକଟବର୍ତ୍ତୀ ହୋଇଛି।ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାର କାରବାରରେ ଉଭୟ ଏନ୍ଏସ୍ଇ ଓ ବିଏସ୍ଇ ପ୍ରାରମ୍ଭରୁ ଲାଭରେ ଚାଲିଥିଲାବେଳେ ଶେଷ ବେଳକୁ କାରବାର କିଛି ପରିମାଣରେ ହ୍ରାସ ପାଇଥିଲା। ଏପରିକି ଏନ୍ଏସ୍ଇ ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ସର୍ବୋଚ୍ଚ ୨୪,୩୦୨ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ଏହା ୨୪,୨୮୬.୫୦ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ବିଏସ୍ଇ ସେନ୍ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲା। ଏପରିକି ୮୦,୦୧୩ ଅଙ୍କରୁ କାରବାର ଆରମ୍ଭ ହୋଇଥିଲାବେଳେ ସେନ୍ସେକ୍ସ ଅଲ୍ ଟାଇମ ହାଇ ୮୦,୦୭୪ ଅଙ୍କରେ ପହଞ୍ଚତ୍ଥିଲା। ବୁଧବାରର ବଜାର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୭୯,୯୮୬.୮୦ ଅଙ୍କରେ ବନ୍ଦ ହୋଇଥିଲା।ସେହିପରି ବିଏସ୍ଇ ସେନ୍ସେକ୍ସର କାରବାର ୦.୬୯ % ବୃଦ୍ଧି ଘଟିଥିବାବେଳେ ଏନ୍ଏସ୍ଇ ନିଫ୍ଟି ୫୦ର କାରବାର ମଧ୍ୟ ୦.୬୭% ବୃଦ୍ଧି ହୋଇଛି। ଏପରିକି ବିଏସ୍ଇ ସ୍ମଲକ୍ୟାପ ଏବଂ ବିଏସ୍ଇ ମିଡକ୍ୟାପ କାରବାର ସାମାନ୍ୟ ବୃଦ୍ଧି ପାଇଥିଲା। ଅପରପକ୍ଷରେ ନିଫ୍ଟି ମିଡକ୍ୟାପର କାରବାର ୪୩୮.୬୦ପଏଣ୍ଟ ବା ୦.୭୯% ବୃଦ୍ଧି ପାଇଥିଲାବେଳେ ନିଫ୍ଟି ସ୍ମଲକ୍ୟାପର କାରବାର ୭୮.୬୦ପଏଣ୍ଟ ବା ୦.୯୧% ବଢିଥିଲା। ଏପରିକି ନିଫ୍ଟି ବ୍ୟାଙ୍କିଙ୍ଗ୍(ବ୍ୟାଙ୍କ) ର କାରବାର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ କାରବାର ଶେଷ ସୁଦ୍ଧା ୯୨୧.୧୫ପଏଣ୍ଟ ବା ୧.୭୭% ବୃଦ୍ଧି ପାଇ ୫୩,୦୮୯.୨୫ଅଙ୍କରେ କାରବାର ବନ୍ଦ କରିଥିଲା ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Next Post