ଏବେ ମହଙ୍ଗା ହେବ ବୁଲେଟ

ଏବେ ମହଙ୍ଗା ହେବ ବୁଲେଟ

ମେଟ୍ରୋ ଟିଭି ଓଡିଶା,୧୨/୧: କମ୍ପାନୀ ରୟାଲ ଏନ୍ଫିଲ୍ଡ ଏବେ ଭାରତରେ ତାର କିଛି ୨ ଚକିଆ ମଡେଲର ଦାମ ବୃଦ୍ଧି କରିଛି । Classic 350, Meteor 350 , Himalayan motorcycles ମଡେଲର ଦାମ ବୃଦ୍ଧି ହୋଇଛି । ଏହି ନୂଆ ଦାମ ଜାନୁଆରୀରୁ ଲାଗୁ ମଧ୍ୟ କରି ଦିଆଯାଇଛି । କିନ୍ତୁ ରୟାଲ ଏନଫିଲ୍ଡର ସବୁଠାରୁ ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ Classic ୩୫୦ ର ଦାମରେ ସବୁଠାରୁ କମ୍ ଏବଂ Himalayan motorcycles ର ଦାମରେ ସର୍ବାଧିକ ୪୦୦୦ ଟଙ୍କା ବୃଦ୍ଧି କରାଯାଇଛି । ରୟାଲ ଏନଫିଲ୍ଡର Meteor ୩୫୦ ଫାୟାର ବଲ୍ ମଡେଲ୍ର ଦାମ ୨୫୧୧ ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହି ବାଇକର ମୁଲ୍ୟ ଦୁଇଲକ୍ଷ ଏକ ହଜାରରୁ ଆରମ୍ଭ ହୋଇ ଦୁଇଲକ୍ଷ ୩ ହଜାର ପର୍ଯ୍ୟନ୍ତ ରହିଛି । Meteor ୩୫୦ ରେ ଲାଇନଅପରେ ଥିବା ଷ୍ଟ୍ରେଲର ର ଦାମ ୨୬୦୧ ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଷ୍ଟ୍ରେଲରର ଦାମ ଦୁଇ ଲକ୍ଷ ସାତ ହଜାର ଟଙ୍କାରୁ ଆରମ୍ଭ କରି ସୋ ରୁମରେ ଦୁଇ ଲକ୍ଷ ନଅ ହଜାରେ ପର୍ଯ୍ୟନ୍ତ ରହିଛି । ଏହାର ସୁପର ମଡେଲ Supernova ରେ ସବୁଠାରୁ ଅଧିକ ଦାମ ବୃଦ୍ଧି କରାଯାଇଛି । ପ୍ରତି ମଡେଲରେ ୨୭୫୨ ଟଙ୍କା ବୃଦ୍ଧି ହୋଇ ଏହା ବର୍ତ୍ତମାନ ଦୁଇ ଲକ୍ଷ ସତର ହଜାର ଟଙ୍କାରୁ ଆରମ୍ଭ କରି ଦୁଇଲକ୍ଷ ଉଣେଇଶ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।