ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍ ସେକ୍ଟର ଭଲ କାରବାର ହୋଇଥିଲା । ଏହି ଷ୍ଟକ୍ସରୁ ନିବେଶକ ଭଲ ଲାଭ କରିଥିଲେ । ସେନ୍ସେକ୍ସ ୫୯୦ ପଏଣ୍ଟ ଖସି ଯାଇଥିବା ବେଳେ ନିଫ୍ଟି ୧୫୦ ପଏଣ୍ଟ ଖସିଯାଇଥିଲା । କାରବାର ଶେଷ ବେଳକୁ ସେନ୍ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୬,୪୯୦ ଅଙ୍କରେ ଏବଂ ନିଫ୍ଟିରେ ୩୧ ପଏଣ୍ଟ ହ୍ରାସ ପାଇ ୨୩,୨୫୯ ଅଙ୍କରେ ବନ୍ଦ ହୋଇଥିଲା ।କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍ଇର ସେନ୍ସେକ୍ସରେ ୧୯୦.୮୨ ଅଙ୍କ ଅର୍ଥାତ ୦.୨୫ ପ୍ରତିଶତ ବୃଦ୍ଧି ହୋଇ ୭୬,୬୮୦ରେ ଖୋଲିଥିଲା । ସେହିପରି ଏନ୍ଏସ୍ଇର ନିଫ୍ଟିରେ ୨୪.୫୫ ଅଙ୍କ ବୃଦ୍ଧି ହୋଇ ୨୩,୨୮୩ ପଏଣ୍ଟରେ ଖୋଲିଥିଲା । ନିଫ୍ଟିର ୫୦ କମ୍ପାନୀର ଶେୟାର ମଧ୍ୟରୁ ୨୯ଟି କମ୍ପାନୀର ଶେୟାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ସେନସେକ୍ସର ୩୦ କମ୍ପାନୀ ମଧ୍ୟରୁ ୧୫ଟି କମ୍ପାନୀର ଶେୟାର ଦାମ୍ରେ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ୧୫ଟିରେ ହ୍ରାସ ଘଟିଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି