ଅଟଳ ପେନସନ ଯୋଜନା

ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି।ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ମ ବର୍ଷରେ ପହଞ୍ଚିଛି ଏବଂ ସମସ୍ତ ବ୍ୟାଙ୍କ ଏବଂ ଏସଏଲବିସି/ୟୁଟିଏଲବିସିର ଅକ୍ଳାନ୍ତ ପ୍ରୟାସ ଦ୍ୱାରା ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କୁ ପେନସନ ପରିସରଭୁକ୍ତ କରି ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି।

ଅଟଳ ପେନସନ ଯୋଜନାରେ ବିନିଯୋଗ କଲେ ଅନେକ ସୁବିଧା ପାଇହେବ। ୧୮-୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏଥିଲାଗି ତାଙ୍କର ବ୍ୟାଙ୍କ ନଚେତ ଡାକଘରେ ଆକାଉଣ୍ଟ ରହିବା ଆବଶ୍ୟକ। ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପେନସନ ଭାବେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପାଇପାରିବେ। ଆପଣଙ୍କ ମାସିକ ପେନସନ ବିନିଯୋଗ କରୁଥିବା ମୋଟ ପରିମାଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହି ଯୋଜନାରେ ଅଟୋମେଟିକ୍‌ ଡେବିଟ୍‌ର ସୁବିଧା ଥାଏ। ଅର୍ଥାତ ଥରେ ଏହି ଯୋଜନାକୁ ବାଛିଲେ, ଜମା କରିବା ଅସୁବିଧାରୁ ମୁକ୍ତି ମିଳିଥାଏ।