ଏଲନ୍ ମସ୍କଙ୍କ କଂପାନି ଟେସ୍ଲା ଗୁଜରାଟରେ କାରଖାନା କରିବ
ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର କଂପାନି ଟେସ୍ଲା ଗୁଜରାଟରେ କାରଖାନା କରିବ । କାରଖାନା ସ୍ଥାପନ ଲାଗି ଟେସ୍ଲା ଗୁଜରାଟକୁ ଚୟନ କରିଥିବା ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରିରେ ହେବାକୁ ଥିବା ଭାଇବ୍ରାଣ୍ଟ୍ ଗୁଜରାଟ ସମ୍ମିଳନୀରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି। ଟେସ୍ଲା କାରଖାନା ପାଇବା ଦୌଡ଼ରେ ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ଥିଲେ। ଯେହେତୁ ଗୁଜରାଟରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣର ଏକ ବିସ୍ତୃତ ବ୍ୟବସ୍ଥା ବିକାଶ ହୋଇସାରିଛି, ସେଥିପାଇଁ ଟେସ୍ଲା ସେହି ସ୍ଥାନକୁ ଚୟନ କରିଛି।ଭାରତରେ ଉଚ୍ଚା ଆମଦାନି ଟିକସ ଥିବାରୁ ଟେସ୍ଲା ଅନ୍ୟ ଦେଶରୁ କାର୍ ଆଣି ଭାରତରେ ବିକିପାରୁନାହିଁ।