ଷ୍ଟକ୍ ବଜାରରେ ନିବେଶ କରୁଥିବା ଲୋକମାନଙ୍କୁ ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ସାବଧାନ କରିଛନ୍ତି। ୨୦୨୫ରେ ଏକ ବଡ଼ ଧରଣର ବିପଦ ଦେଖାଦେବ ବୋଲି ସେ ଆକଳନ କରିଛି। ସେହି ସଙ୍କଟ ୨୦୦୮ରେ ସମଗ୍ର ବିଶ୍ବରେ ଦେଖାଦେଇଥିବା ମାନ୍ଦାବସ୍ଥା ସମୟଠାରୁ ମଧ୍ୟ ଖରାପ ରହିବ ବୋଲି ସେ ଜଣାଇଛନ୍ତି। ଆମେରିକୀୟ ଅର୍ଥନୀତିଜ୍ଞ ହାରି ଡେଣ୍ଟ କହିଛନ୍ତି ଯେ ସାରା ବିଶ୍ବର ଅର୍ଥନୀତିକୁ ଏକ ସ୍ବତନ୍ତ୍ର ପଦ୍ଧତି ବ୍ୟବହାର କରି ଆକଳନ କରିବା ପରେ ସେ ଆଗତ ସଙ୍କଟ ବିଷୟରେ ଜାଣିବାକୁ ପାଇଛନ୍ତି। ଗତ ୧୪ ବର୍ଷ ଧରି ଷ୍ଟକ୍ ବଜାରରେ ଏକ କୃତ୍ରିମ ଉତ୍ସାହ ରହିଛି। ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ବିଭିନ୍ନ ଦେଶ ଘୋଷଣା କରୁଥିବା ପ୍ରୋତ୍ସାହନ ପ୍ରଭାବରେ ତାହା ଆଗକୁ ବଢ଼ୁଛି। ସେହି ଉତ୍ସାହ ପାଣି ଫୋଟକା ଭଳି। ବହୁଦିନ ପର୍ଯ୍ୟନ୍ତ ଅଣଦେଖା ହୋଇରହିବା ପରେ ତାହା ଫାଟିବା ଭଳି ସ୍ଥିତିକୁ ଆସିଗଲାଣି। ଆସନ୍ତା ବର୍ଷ ଷ୍ଟକ୍ ବଜାର ନିମ୍ନଗାମୀ ହେବ। ସେହି ଧାରା ଲମ୍ବା ସମୟ ଧରି ଜାରି ରହିବ। ୨୦୦୮-୦୯ ସମୟ ପରଠାରୁ ତାହା ଅଧିକ ଲମ୍ବା ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।ଡେଣ୍ଟଙ୍କ ମତରେ ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରେ ମୁଦ୍ରାନୀତି କୋହଳ ରଖାଯାଇଥିବାରୁ ସମ୍ପତ୍ତିଗୁଡ଼ିକର ମୂଲ୍ୟ ଅଯଥାରେ ବୃଦ୍ଧି ପାଇଛି। କୋଭିଡ୍ ମହାମାରୀ ପରେ ଅର୍ଥନୀତିରେ ଯେଉଁ କ୍ଷତି ହୋଇଥିଲା, ତାହା ଭରଣା କରିବା ଲାଗି ବ୍ୟାପକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିବାବେଳେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧକୁ ଯଥା ସମ୍ଭବ କମ୍ ରଖିଛି। ଫଳରେ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି ବୋଲି ସେ କହିଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ