ସେନ୍‌ସେକ୍ସ ୮୮୭ ପଏଣ୍ଟ୍‌ ହ୍ରାସ ପାଇ ୬୬,୬୮୪ ପଏଣ୍ଟ୍‌ରେ ବନ୍ଦ

ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସର ବୃଦ୍ଧି ଧାରାରେ ଆଜି ବ୍ରେକ୍ ଲାଗିଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୮୭ ପଏଣ୍ଟ୍‌ ହ୍ରାସ ପାଇ ୬୬,୬୮୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଚାରି ମାସ ଭିତରେ ସେନ୍‌ସେକ୍ସରେ ଏହା ସର୍ବବୃହତ ଦିନିକିଆ ହ୍ରାସ। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୨୩୪ ପଏଣ୍ଟ୍‌ ହ୍ରାସ ପାଇ ୧୯,୭୪୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଏକ ମାସ ଭିତରେ ସେନ୍‌ସେକ୍ସରେ ପାଖାପାଖି ୪୦୦୦ ପଏଣ୍ଟ୍‌ର ବୃଦ୍ଧି ଘଟିଥିଲା‌।