ଆଜି ସରିବ ୨୦୦୦ ଟଙ୍କିଆ ଫେରାଇବା ତାରିଖ

ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଦ୍ବିତୀୟ ସୁଯୋଗ ଦେଇଥିଲା ତାହା ଆଜି ଶେଷ ହେଉଛି।  ଏବେବି ୧୨ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ‌ଶକ୍ତିକାନ୍ତ ‌କହିଛନ୍ତି ଯେ ଅକ୍ଟୋବର ୮ ପରେ ମଧ୍ୟ ଲୋକମାନେ ନୋଟ୍‌ ଫେରାଇପାରିବେ। ଯେହେତୁ ନୋଟ୍‌ଗୁଡ଼ିକ ଲିଗାଲ ଟେଣ୍ଡର ହୋଇରହିବ ତେଣୁ ସେଗୁଡ଼ିକୁ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟରେ ଫେରସ୍ତ କରାଯାଇପାରିବ। ଦେଶରେ ୧୯ଟି ଇସ୍ୟୁ କାର୍ଯ୍ୟାଳୟ ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ଯେଉଁମାନେ ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁନାହାନ୍ତି ସେମାନେ ଡାକ ଜରିଆରେ ନୋଟ୍‌ ପଠାଇପାରିବେ ବୋଲି ସେ କହିଛନ୍ତି।