ମନୋରଞ୍ଜନ ଶିଳ୍ପରେ ହୋଇଥିବା ପରିବର୍ତ୍ତନରେ ଓଭର ଦି ଟପ୍ (ଓଟିଟି) ଏବେ ଆଗରେ ରହିଛି। ସେହି ଦୌଡ଼ରେ ନିଜକୁ ସାମିଲ କରିବାକୁ ଯାଉଛି ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ଏକ ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍ ବିଶିଷ୍ଟ ୫ଟି ଅଧ୍ୟାୟ ରହିବ। ରିଜର୍ଭ ବ୍ୟାଙ୍କ ଏହାର ୯୦ତମ ବାର୍ଷିକୀ ପାଳନର ଅଂଶବିଶେଷ ଭାବେ ଏହି ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ୧୯୩୫ରେ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ଏହି ସିରିଜ୍ରେ ଏହାର ଇତିହାସ ଓ ପ୍ରମୁଖ ଘଟଣାବଳୀଗୁଡ଼ିକୁ ପ୍ରଦର୍ଶିତ କରାଯିବ।ତାହା ଜାତୀୟ ଟିଭି ଓ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ସିରିଜ୍କୁ ପ୍ରସ୍ତୁତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଟେଣ୍ଡର ଜରିଆରେ ଆଗ୍ରହୀ ପ୍ରଡକ୍ସନ୍ ହାଉସ୍, ଟିଭି ଚ୍ୟାନେଲ୍ ଓ ଓଟିଟି ସଂସ୍ଥାଠାରୁ ପ୍ରସ୍ତାବ ଆହ୍ବାନ କରିଛି। ଅତୀତରେ ବିଶ୍ବର କିଛି ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଯଥା ଆମେରିକାର ଫେଡେରାଲ୍ ରିଜର୍ଭ, ବ୍ରିଟେନ୍ର ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ୟୁରୋପର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ କାର୍ଯ୍ୟ କରିବାର ପଦ୍ଧତି ଉପରେ ବୃତ୍ତଚିତ୍ର ଆଣିଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ଏକ ସମ୍ପୂର୍ଣ୍ଣ ସିରିଜ୍ ଆଣିବାକୁ ଚାହୁଛି। କାହାଣୀ, ସାକ୍ଷାତକାର ଆଦି ଜରିଆରେ ଜଟିଳ ଆର୍ଥିକ ବ୍ୟବସ୍ଥାକୁ ଏହା ସରଳ ଭାଷାରେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଛି।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post