ମନୋରଞ୍ଜନ ଶିଳ୍ପରେ ହୋଇଥିବା ପରିବର୍ତ୍ତନରେ ଓଭର ଦି ଟପ୍ (ଓଟିଟି) ଏବେ ଆଗରେ ରହିଛି। ସେହି ଦୌଡ଼ରେ ନିଜକୁ ସାମିଲ କରିବାକୁ ଯାଉଛି ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ଏକ ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍ ବିଶିଷ୍ଟ ୫ଟି ଅଧ୍ୟାୟ ରହିବ। ରିଜର୍ଭ ବ୍ୟାଙ୍କ ଏହାର ୯୦ତମ ବାର୍ଷିକୀ ପାଳନର ଅଂଶବିଶେଷ ଭାବେ ଏହି ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ୧୯୩୫ରେ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ଏହି ସିରିଜ୍ରେ ଏହାର ଇତିହାସ ଓ ପ୍ରମୁଖ ଘଟଣାବଳୀଗୁଡ଼ିକୁ ପ୍ରଦର୍ଶିତ କରାଯିବ।ତାହା ଜାତୀୟ ଟିଭି ଓ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ସିରିଜ୍କୁ ପ୍ରସ୍ତୁତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଟେଣ୍ଡର ଜରିଆରେ ଆଗ୍ରହୀ ପ୍ରଡକ୍ସନ୍ ହାଉସ୍, ଟିଭି ଚ୍ୟାନେଲ୍ ଓ ଓଟିଟି ସଂସ୍ଥାଠାରୁ ପ୍ରସ୍ତାବ ଆହ୍ବାନ କରିଛି। ଅତୀତରେ ବିଶ୍ବର କିଛି ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଯଥା ଆମେରିକାର ଫେଡେରାଲ୍ ରିଜର୍ଭ, ବ୍ରିଟେନ୍ର ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ୟୁରୋପର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ କାର୍ଯ୍ୟ କରିବାର ପଦ୍ଧତି ଉପରେ ବୃତ୍ତଚିତ୍ର ଆଣିଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ଏକ ସମ୍ପୂର୍ଣ୍ଣ ସିରିଜ୍ ଆଣିବାକୁ ଚାହୁଛି। କାହାଣୀ, ସାକ୍ଷାତକାର ଆଦି ଜରିଆରେ ଜଟିଳ ଆର୍ଥିକ ବ୍ୟବସ୍ଥାକୁ ଏହା ସରଳ ଭାଷାରେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post