ଏଲ୍‌ଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇଲା

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନିଟ୍‌ ଲାଭ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୈମାସିକରେ ୫୦ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ୨୦୨୩ ତ୍ରୈମାସିକରେ ଏଲଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇ ୭,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସି କହିଛି ଯେ ଗତ ବର୍ଷ ଏହି ସମୟ ମଧ୍ୟରେ କମ୍ପାନି ୧୫,୯୫୨ କୋଟି ଟଙ୍କାର ନିଟ୍‌ ଲାଭ କରିଥିଲା।